ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହି ଟେଡି ବିୟର୍ ଶିଶୁ ପାଇଁ ରୋଗର କାରଣ। ୮୦ ପ୍ରତିଶତ ଟେଡି ବିୟରରେ ମାରାତ୍ମକ ବ୍ୟାକ୍ଟରିଆ ରହିଥାଏ। ଯାହା ଶିଶୁକୁ ଝାଡାବାନ୍ତି ଭଳି ରୋଗରେ ଆକ୍ରାନ୍ତ କରାଇବାର ସମ୍ଭାବନା ରହିଛି। ୯୦ ପ୍ରତିଶତ ଟେଡି ବିୟରରେ ଧୂଳି ଓ ଜୀବାଣୁ ଲାଗି ରହିଥାଏ। ୪ରୁ ୩ ଟେଡି ବିୟରକୁ ସଫା କରାଯାଉ ନଥିବା ଗବେଷଣାରୁ ଜଣାପଡିଛି। ଟେଡି ବିୟରକୁ ଆଣ୍ଟି ବ୍ୟାକ୍ଟରିଆ କ୍ଲିଞ୍ଜରରେ ସଫା କରନ୍ତୁ କିମ୍ୱା ଡିଟଜେଣ୍ଟରେ ମଧ୍ୟ ସଫା କରିପାରିବେ। କୌଣସି କପଡା ସହ ମିଶାଇ ଟେଡି ବିୟରକୁ ନ ଧୋଇ ତାହାକୁ ଅଲଗା ସଫା କରନ୍ତୁ। ଫଳରେ ଅନ୍ୟ କପଡାରେ ଥିବା ବ୍ୟାକ୍ଟରିଆ ଟେଡିରେ ଲାଗି ନ ଥାଏ। ଟେଡି ବିୟରକୁ ସଫା କରି ଖରାରେ ଶୁଖାନ୍ତୁ। ଟେଡି ବିୟରକୁ ପ୍ରତିଦିନ ଓଦା କପଡାରେ ସଫା କରନ୍ତୁ ଫଳରେ ଲାଗିଥିବା ଜୀବାଣୁ ସଫା ହୋଇଯାଇଥାଏ। ଯାହା ପିଲାମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

  • Related Posts

    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading
    ପିଲାମାନଙ୍କ ମଧୁମେହ ଲକ୍ଷଣ

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ