ଟେଣ୍ଡର ଦାଖଲ ପ୍ରକ୍ରିୟାର ସମୀକ୍ଷା ଦାବି କଲା ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନ

ଦେବଗଡ଼:ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ଏକ ପ୍ରତିନିଧି ମଣ୍ଡଳୀ ଆଜି ରେଙ୍ଗାଳବେଡ଼ା ସ୍ଥିତ ଗୋହିରା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଟେଣ୍ଡର ପ୍ରକ୍ରିୟାରେ କେତେକ ବିଡ଼ର ନିୟମ ଉଲ୍ଲଂଘନ କରିଥିବାରୁ ଏହାର ତୁରନ୍ତ ସମୀକ୍ଷା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଅଧୀନରେ ଥିବା ସମସ୍ତ ଜିଲ୍ଲା ସଂଘ ମିଳିତ ଭାବେ ଏକ ସଂକଳ୍ପ ପାରିତ କରିଥିଲେ।ଏହି ନିଷ୍ପତ୍ତି ଅନୁଯାୟୀ,୧୦ କୋଟି ଟଙ୍କା ପର୍ଯ୍ୟନ୍ତ ସମସ୍ତ ଟେଣ୍ଡର କେବଳ ସ୍ଥାନୀୟ ଠିକାଦାରଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ଏହା ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ କରାଯିବ।ମାତ୍ର କେତେକ ବାହାର ବିଡ଼ର ଏହି ନିୟମକୁ ଅବମାନନା କରି ୧୦ କୋଟିରୁ କମ୍ ମୂଲ୍ୟର ଟେଣ୍ଡରରେ ଭାଗ ନେଇଛନ୍ତି। ଯାହା ସ୍ଥାନୀୟ ଠିକାଦାରଙ୍କ ଜୀବିକାକୁ ପ୍ରଭାବିତ କରୁଛି।ଏହା ସହିତ ଉକ୍ତ ବିଡ଼ରମାନେ ଅତି ଅଯୌକ୍ତିକ ଭାବେ ଅଳ୍ପ ମୂଲ୍ୟ କୋଟ୍ କରିଛନ୍ତି।ଏହାଦ୍ୱାରା ଦେବଗଡ଼ ଜିଲ୍ଲାରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟର ଗୁଣବତ୍ତା ଏବଂ ସ୍ଥାୟୀତ୍ୱ ବିପନ୍ନ ହେବ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି। କଣ୍ଟ୍ରାକ୍ଟର୍ସ ୟୁନିଅନର ସମସ୍ତ ଅଭିଯୋଗକୁ ଶୁଣିବା ପରେ ଅଧୀକ୍ଷଣ ଯନ୍ତ୍ରୀ ଏହାର ସଠିକ୍ ସମୀକ୍ଷା କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

  • Related Posts

    ଅଗ୍ନି-୪ର ସଫଳ ପରୀକ୍ଷା

    ବାଲେଶ୍ବର/ଧାମରା : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରା ନିକଟ ଅବଦୁଲ କଲାମ ଦ୍ବୀପର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର…

    Continue reading
    ଲଘୁଚାପ କ୍ଷେତ୍ର: ପୁଣି ଆଣିବ ବଡ଼ ବର୍ଷା

    ଭୁବନେଶ୍ୱର : ଆସନ୍ତା ୮ କିମ୍ବା ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ରାଜ୍ୟରେ ବଡ଼ ବର୍ଷା ଆଣିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆସନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ