
ଦେବଗଡ଼:ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମଶା)ର ଆହ୍ବାନ କ୍ରମେ ଡାକ୍ତର ଦିବସ ରୁ ୧୦ ଦଫା ଦାବି ନେଇ ଦେବଗଡ ଜିଲ୍ଲାର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।ଡାକ୍ତରଙ୍କ ଆନ୍ଦୋଳନ ଫଳରେ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ ମେଡିକାଲରେ ଓପିଡି ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗତ ଦେଢ଼ ବର୍ଷ ହେବ ରାଜ୍ୟ ସରକାର ଡାକ୍ତର ଙ୍କ କୌଣସି ଦାବୀ ପୂରଣ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ଓସମା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି l କେନ୍ଦ୍ର ସରକାରଙ୍କ ହାରରେ ବେତନ ପ୍ରଦାନ,ଡାକ୍ତରଙ୍କ ସୁରକ୍ଷା, ପେନସନ ଯୋଜନାରେ ସାମିଲ କରିବା,ଗ୍ରେଡ୍ ପେ ସଂଶୋଧନ ତଥା ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଦାବି କରାଯାଇଛି।ପୂର୍ବରୁ ମଧ୍ୟ ସଂଘ ପକ୍ଷରୁ ସମାନ ଦାବି ନେଇ ଆନ୍ଦୋଳନ କରାଯାଇଥିଲା। ସେତେବେଳେ ରାଜ୍ୟ ସରକାର ଖୁବ ଶୀଘ୍ର ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଦାବି ପୂରଣ ହୋଇନଥିବାରୁ ବାଧ୍ୟ ହୋଇ ପୁଣିଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।




