
ଦେବଗଡ଼:ବାରକୋଟ ଥାନାଚଂଳର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ଆଜି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସାଲୋହୀ ଗ୍ରାମର ଶମ୍ଭୁ ନାଗ(୨୮)।ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ୬ ମାସ ହେବ ଶମ୍ଭୁ ବିଭିନ୍ନ ସମୟରେ ନାବାଳିକାର ଅନିଚ୍ଛା ସତ୍ତ୍ବେ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ଏ ସଂପର୍କରେ ନାବାଳିକା ତାଙ୍କ ପରିବାର ଲୋକଙ୍କୁ ଏ ସଂପର୍କରେ ଜଣାଇଥିଲେ। ତାଙ୍କ ପରିବାର ଲୋକ ଏନେଇ ବାରକୋଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶମ୍ଭୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।




