ଡିଜିଟାଲ ପ୍ଲାଟଫର୍ମରେ ଜାଲ ସେକ୍ସ ରାକେଟ

ଭୁବନେଶ୍ୱର: ଡିଜିଟାଲ ପ୍ଲାଟଫର୍ମରେ ଦେହ ବେପାର । ତାହା ପୁଣି ଅଜଣା ମହିଳାଙ୍କ ଫଟୋ ବ୍ୟବହାର କରି। ସୋସିଆଲ ମିଡିଆ ପ୍ଲାଟଫର୍ମର ବିଭିନ୍ନ ଆଇଡିରୁ ଫଟୋ ନେଇ ସେମାନଙ୍କ ବିନା ଅନୁମତିରେ ଏକ ଏସ୍କର୍ଟ ସର୍ଭିସ ପେଜ କରି ଲୋକଙ୍କୁ ଠକିବା ମହଙ୍ଗା ପଡିଛି। ଭୁବନେଶ୍ବର ତମାଣ୍ଡୋ ଥାନାରେ ଏଭଳି ଏକ ସଙ୍ଗୀନ ଘଟଣାର ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।

ଅଭିଯୁକ୍ତମାନେ ହେଲେ ଉମାକାନ୍ତ ଦଳେଇ, ଚିତ୍ତ ରଞ୍ଜନ ମହାନ୍ତି, ତୋଫାନ ପ୍ରଧାନ ଓ ମିଞ୍ଜି ଭୋଇ। କିଛି ଯୁବତୀ ଓ ମହିଳାଙ୍କ ଫଟୋ ବ୍ୟବହାର କରି ସେମାନେ ଦେହବେପାରରେ ଲିପ୍ତ ଥିବା କଥା କହି ଗରାଖଙ୍କୁ ଆକୃଷ୍ଟ କରୁଥିଲେ। । ଆଡ଼ଭାନ୍ସ ପେମେଣ୍ଟ ଓ ଫୁଲ ପେମେଣ୍ଟ ରିସିଭ କରିବା ପରେ ଚମ୍ପଟ ମାରୁଥିଲେ। ଏକ ଅଭିଯୋଗକୁ ନେଇ ତନାଘନା ପରେ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ତମାଣ୍ଡୋ ପୋଲିସ।

ଶତାଧିକ ଲୋକଙ୍କୁ ଏଭଳି ଉପାୟରେ ଠକିଥିବା ଜାଣିବାକୁ ପାଇଛି ପୋଲିସ। କିଛି ଡିଜିଟାଲ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଯଦି କେହି ଏଭଳି ଠକେଇର ଶିକାର ହୋଇଥାନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି।

  • Related Posts

    ପହିଲି ରଜରେ ୫ କୋଟି ଆମିଷ ବିକ୍ରି

    ଭୁବନେଶ୍ୱର: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି । ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା, ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ…

    Continue reading
    ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା, ମଙ୍ଗଳବାର ରହିବ ବନ୍ଦ

    ବାରଙ୍ଗ: ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା ରହିବ ଏବଂ ମଙ୍ଗଳବାର ବନ୍ଦ ରହିବ । ସୋମବାର ପର୍ଯ୍ୟଟକଙ୍କ ପାଇଁ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରବିବାର ପହିଲି ରଜରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ