ପହିଲି ରଜରେ ୫ କୋଟି ଆମିଷ ବିକ୍ରି

ଭୁବନେଶ୍ୱର: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି । ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା, ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ ହୋଇଛନ୍ତି ବେପାରୀ । ରବିବାର ପହିଲି ରଜରେ ମୋଟ ୪ କୋଟି ୯୬ଲକ୍ଷ ୪୦ହଜାର ଟଙ୍କାର ଆମିଷ ବେପାର ହୋଇଛି । ଯଦିଓ ଏଥର ଟାର୍ଗେଟ ଥିଲା ସାତ କୋଟି । ମାତ୍ର ସେଭଳି ବେପାର ହୋଇନି ।

ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ସୂଚନା ଅନୁସାରେ, ରବିବାର ମୋଟ ୩୪ଟି ଖାସି ଗାଡ଼ି ଆସିଥିଲା । ମୋଟ ୫୧୦ କୁଇଣ୍ଟାଲ (୫୧ଟନ୍‌) ର ଖାସି ବେପାର ହୋଇଥିବା ବେଳେ ତାର ଦାମ୍‌ ଥିଲା ୨କୋଟି ୪୬ଲକ୍ଷ ୫୦ହଜାର । ଖାସି କିଲୋ ପିଛା ୮୫୦ ଓ ମଟନ୍‌ କିଲୋ ପିଛା ୭୦୦ଟଙ୍କାରେ ବିକ୍ରି ହୋଇଥିଲା । ସେହିପରି ୮୬୨.୫ କୁଇଣ୍ଟାଲ(୮୬.୨୫ଟନ୍‌)ର ଚିକେନ୍‌ ବିକ୍ରି ହୋଇଥିବା ବେଳେ ଏଥିରୁ ୧କୋଟି ୧୭ଲକ୍ଷ ୩୦ହଜାର ଟଙ୍କା ରୋଜଗାର ହୋଇପାରିଛି । ଆଜି ବ୍ରଏଲର କିଲୋ ପ୍ରତି ୨୪୦, ଦେଶୀ ୬୦୦ ଓ କଲର ବାର୍ଡ ୩୫୦ଟଙ୍କା ଥିଲା ।

ମାଛ କଥା କହିଲେ, ମୋଟ ୮୮୨ କୁଇଣ୍ଟାଲ(୮୮.୨ ଟନ୍‌)ର ମାଛ ବେପାର ହୋଇଥିଲା । ଯାହାର ଦାମ୍‌ ଥିଲା ୧କୋଟି ୧ଲକ୍ଷ ୫୨ ହଜାର । ତେବେ ମାଛ ଶସ୍ତା ଥିଲା । ରୋହି କିଲୋ ପ୍ରତି ୧୮୦ରୁ ୨୦୦, ଭାକୁର ୨୪୦, ଜଳଙ୍ଗ ୨୦୦, ମିରକାଳି ୨୦୦, ଖଇଙ୍ଗା ୪୦୦, ଇଲିସି ୧୦୦୦ରୁ ୧୨୦୦, ଚିଙ୍ଗୁଡ଼ି ୧୫୦ରୁ ୧୦୦୦, କଙ୍କଡ଼ା ୩୦୦ରୁ ୧୦୦୦ ଟଙ୍କା ରହିଥିଲା । ଅଣ୍ଡା ବେପାର ବି ଠିକ୍‌ଠାକ ଥିଲା । ୨୨୨୦ କାର୍ଟୁନ ଅଣ୍ଡା ବିକ୍ରି ହୋଇଥିବା ବେଳେ ୩୧ଲକ୍ଷ ୮ହଜାର ଟଙ୍କାର ଆୟ ହୋଇଥିଲା ।

  • Related Posts

    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading
    ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା

    ରାୟଗଡ଼ା: ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ରାଜ ପ୍ରସାଦ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ