ନିଜ ବାହାଘର ରୋକିଲେ ନାବାଳିକା

କନ୍ଧମାଳ: ନିଜ ବାହାଘର ନିଜେ ରୋକିଲେ ନାବାଳିକା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର କଲେଜ ପଢ଼ୁଆ ନାବାଳିକା ନିଜ ବାହାଘରକୁ ନିଜେ ରୋକିବାରେ ସଫଳ ହୋଇଛନ୍ତି। ଫୁଲବାଣୀ CHILD HELPLINEର ସହାୟତା ନେଇ ନାବାଳିକା ବାହାଘରକୁ ରୋକିଛନ୍ତି ।

ନାବାଳିକା ଜଣକ CHILD HELPLINE ନମ୍ବର 1098 କୁ କଲ୍ କରିଥିଲେ ଓ ତାଙ୍କୁ ତାଙ୍କ ବାପା ମାଆ ଜଣେ ବୟସ୍କ ଲୋକ ସହିତ ବାହାଘର କରିବା ପାଇଁ ଚାହୁଁଥିବା କହିଥିଲେ। ଏହାକୁ ବିରୋଧ କରିବା ସହ ସାରଙ୍ଗଡ଼ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟ ମାଉସୀ ଘରକୁ ଯାଇଥିଲେ ଓ CHILD HELPLINE କୁ ଯୋଗାଯୋଗ କରିଥିଲେ ।

ତତକ୍ଷଣାତ CHILD HELPLINE ସଦସ୍ୟମାନେ ଏ ନେଇ ସାରଙ୍ଗଡ଼ ଥାନାକୁ ଜଣାଇବା ସହିତ ପୋଲିସ ସହାୟତାରେ ନାବାଳିକା ରହୁଥିବା ଘରକୁ ଯାଇ ପହଞ୍ଚିଥିଲେ ଏବଂ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ସୁରକ୍ଷିତ ଭାବେ ଫୁଲବାଣୀ ସ୍ଥିତ ୱାନ ଷ୍ଟପ ସେଣ୍ଟରକୁ ନେଇ ରଖାଯାଇଛି ।

  • Related Posts

    ପାଣି ଟ୍ୟାଙ୍କରରେ ୫ କ୍ବିଣ୍ଟାଲ ଗଞ୍ଜେଇ

    ବୌଦ୍ଧ: ଫିଲ୍ମ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଚୋରା ଚାଲାଣକାରୀଙ୍କ ବୁଦ୍ଧି ହଜାଇ ଦେଲା ପୋଲିସ। ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଏକ ପାଣି ଟ୍ୟାଙ୍କରରେ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିବା ବେଳେ ତାକୁ ଧରିଛି ବୌଦ୍ଧ ପୋଲିସ।…

    Continue reading
    ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକ ମୃତ

    ନୀଳଗିରି: ଏକ ନିର୍ମାଣାଧୀନ ପୋଲ ତଳକୁ ଖସି ୨ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ; ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଖୁମକୁଟ ଗାଁର ରାମଦାସ ସୋରେନଙ୍କ ପୁଅ ଦିଲୀପ(୩୨) ଓ ଶଙ୍କରା ମୁର୍ମୁଙ୍କ ପୁଅ ନରେନ୍ଦ୍ର ଓରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ