ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍ ଚୋରି ଅସମ୍ଭବ: କଂଗ୍ରେସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ଚୋରି ହେବା ଏବଂ ଏହାକୁ ନେଇ ଥାନାରେ ଏତଲା ଦାଏର କରାଯିବାକୁ କଂଗ୍ରେସ ନିନ୍ଦା କରିଛି। କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ ରବିବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ପ୍ରକୃତରେ ଫାଇଲ ଚୋରି ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚୋରି ହେବା ଅସମ୍ଭବ। ମିଛଟାରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଯାହାର ଦାୟିତ୍ୱରେ ଫାଇଲ ଥିଲା ତାଙ୍କ ନାମରେ ଏତଲା ଦିଆଗଲା ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କହିଥିଲେ, ଫାଇଲ ଚୋରି ହେବା ଏକ ନାଟକ। ଭିଡ଼ ହିଂସା, ହାଜତ ମୃତ୍ୟୁ, ଗଣବଳାତ୍କାର ଓ ହତ୍ୟା ଆଦି ସରକାରଙ୍କ ବିଫଳତାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଏହା ନାଟକ। ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି କରାଯାଇଛି, ଏହାର ଅର୍ଥ ଆମ ସାଥୀରେ ରୁହନ୍ତୁ ଅବା ଗିରଫ ହୁଅନ୍ତୁ। ଏହା ସମ୍ପୂର୍ଣ୍ଣ ବ୍ଲାକମେଲ୍‌। ବିଜେପି ସରକାର ସମୟରେ ଯେତେ ତଦନ୍ତ କମିସନ ବସିଛି, ତାହାର ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

  • Related Posts

    ଚାମେଲି ଓଝା ଘଟଣା; ରିପୋର୍ଟ ଆସିଲେ ଆକ୍ସନ- ଆଇନମନ୍ତ୍ରୀ

    ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଯେଉଁ ଘଟଣା ଘଟିଛି, ରାଜ୍ୟ ସରକାର ସେ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି । ସ୍ଥାନୀୟ ଏସପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣାପଡିବ । କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚାମେଲି…

    Continue reading
    ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା: ନବୀନ

    ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ହେବା ସହ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିବାବେଳେ ଏହାକୁ ନେଇ ରାଜନୈତିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ