ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକ ମୃତ

ନୀଳଗିରି: ଏକ ନିର୍ମାଣାଧୀନ ପୋଲ ତଳକୁ ଖସି ୨ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ; ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଖୁମକୁଟ ଗାଁର ରାମଦାସ ସୋରେନଙ୍କ ପୁଅ ଦିଲୀପ(୩୨) ଓ ଶଙ୍କରା ମୁର୍ମୁଙ୍କ ପୁଅ ନରେନ୍ଦ୍ର ଓରଫ ନୁରିନ(୪୦)। ଏହି ଯୁବକ ଦ୍ବୟ ଏକ ବାଇକରେ ଉଦଳାରୁ ବନ୍ଧୁ ଘରୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ୪୫ମିନିଟରେ ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ତେଲିପାଳ ନିକଟରେ ନିର୍ମାଣାଧୀନ ପୋଲ ତଳକୁ ବାଇକ ସହ ଖସି ମୃତ୍ୟୁ ଘଟିଛି। ପୋଲ ନିର୍ମାଣ ଚାଲିଥିବା ସ୍ଥଳରେ ଠିକାଦାରଙ୍କ ଦ୍ୱାରା ଏକ ଡ଼ାଇଭର୍ସନ ରାସ୍ତା ନିର୍ମାଣ ହୋଇଛି। ଏହି ଯୁବକ ଦ୍ବୟ ବାଙ୍କ ରାସ୍ତା ଜାଣି ନପାରି ପୋଲ ତଳକୁ ବାଇକ ସହ ଖସି ପଡ଼ି ମୃତ୍ୟୁ ଘଟିଛି। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେପଟେ ବରହମପୁର ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

  • Related Posts

    ପାଣି ଟ୍ୟାଙ୍କରରେ ୫ କ୍ବିଣ୍ଟାଲ ଗଞ୍ଜେଇ

    ବୌଦ୍ଧ: ଫିଲ୍ମ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଚୋରା ଚାଲାଣକାରୀଙ୍କ ବୁଦ୍ଧି ହଜାଇ ଦେଲା ପୋଲିସ। ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଏକ ପାଣି ଟ୍ୟାଙ୍କରରେ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିବା ବେଳେ ତାକୁ ଧରିଛି ବୌଦ୍ଧ ପୋଲିସ।…

    Continue reading
    ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ମୃତ

    ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପୋକୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାରୁ ସାନ ଭାଇଟାଙ୍ଗିଆରେ ହାଣି ବଡ଼ ଭାଇକୁ ହତ୍ୟା କରିଛି। ସୂଚନା ମୁତାବକ, ମାଣିକଯୋଡି ପଞ୍ଚାୟତ ପୋକୁଣ୍ଡା ଗାଁର ଟିଟୁନ ସିଠ (୩୭) ଗତକାଲି ବିଳମ୍ବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ