ଡିସିଏମଙ୍କ ଗାଲରେ ଚାପୁଡ଼ା!

କି କଥା ଏଗୁଡ଼ା । ଡିସିଏମ ମାନେ ଡେପୁଟି ସିଏମ୍‌ । ସେ କେତେ ପାୱାରଫୁଲ୍‌ ? ପୁଣି ରାଇଜର ପ୍ରଥମ ମହିଳା ଡିସିଏମ୍‌ । ହାତରେ ଗଦାଗଦା ବିଭାଗ । କୋଟିଏ ମହିଳାଙ୍କୁ ବର୍ଷକୁ ୧୦ ହଜାର ଦେଉଛନ୍ତି । ସାରା ରାଜ୍ୟରେ ସୁଭଦ୍ରା ଶକ୍ତି ଛାଇଯାଇଛି । ମହିଳାମାନଙ୍କୁ ଆମ ପ୍ରଭାତୀ ଅପା ଏମିତି ଶକ୍ତିଶାଳୀ କରୁଛନ୍ତିଯେ, ସେମାନେ ସବୁ ପ୍ରତିକୂଳ ସ୍ଥିତିର ମୁକାବିଲା କରିପାରିବେ । ଆତ୍ମରକ୍ଷା ପାଇଁ ତାଙ୍କ ବିଭାଗ ସ୍କୁଲ କଲେଜ ଝିଅଙ୍କୁ ଫାଇଟିଂ ବି ଶିଖାଉଛି । ହେଲେ ସମୀର ଭାଇନା କହିଲେ, ଡିସିଏମଙ୍କ ଗାଲରେ ଚାପୁଡ଼ା ବସିବ । ତାଙ୍କର ଏଡେ଼ ବହପ, ଡିସିଏମଙ୍କୁ ଏମିତି କହିବେ । ଅବଶ୍ୟ ଭାଇନାଙ୍କ କହିବାର ମର୍ମ ହେଉଛି, ତାଙ୍କ ଅମଳରେ ନିମାପଡ଼ା ଏନଏସିରେ ଦୁର୍ନୀତି ପଶିପାରୁନଥିଲା । ସେ ପୂରା ବାଡ଼ି ପକାଇ ଜଗିଥିଲେ । ହେଲେ ଏବେ ଦୁର୍ନୀତି କୁଆଡେ଼ ଏନଏସି ମୁଖ୍ୟ ଗେଟ୍‌ ବାଟେ ପଶି ସବୁ ଚାମ୍ବରରେ ବସା ବାନ୍ଧିଲାଣି । ସେଇଥିପାଇଁ କୁଆଡେ଼ ଏନଏସି ନିର୍ବାଚନରେ ଡିସିଏମଙ୍କ ଗାଲରେ ଚାପୁଡ଼ା ବସିବ ।
ହେଲେ ଆମ ମଗଜରେ ଗୋଟେ ପ୍ରଶ୍ନ ଖୁଜୁବୁଜୁ ହେଉଛି । ଏନଏସିରେ ତ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ାହେବ । ଯଦି ପ୍ରଭାତୀ ହାରିବେ, ତେବେ ବିଜେପି ବି ହାରିବ । ଅତଏବ ବିଜେଡ଼ି ଜିତିବ । ତାହେଲେ ସମୀର ଭାଇନାଙ୍କର ଲାଭ କ’ଣ ? ସେ କ’ଣ ସ୍ୱାଧୀନ ପ୍ରାର୍ଥୀ ଦେଇ ଜିତାଇପାରିବେ? ଯଦି ସ୍ୱାଧୀନ ପ୍ରାର୍ଥୀ ଦେବେ, ବିଜେପିରୁ ନିଲମ୍ବିତ ହେବେ କି ନାହିଁ କହିଲେ… ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ