ଡେଲାଙ୍ଗରେ ବୋମାମାଡ଼,ଜଣେ ଆହତ

ଡେଲାଙ୍ଗ: ପୁରୀ ଡେଲାଙ୍ଗରେ ବୋମାମାଡ଼। ବେଆଇନି ଖଣି ଖୋଳା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଡେଲାଙ୍ଗ ଥାନା ହରିପୁର କଲେଜ ନିକଟରେ ଘଟିଛି ଏହି ଘଟଣା। ଏଥିରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି।

କଲେଜ ନିକଟ ଏକ ଫାର୍ମ ହାଉସରେ କିଛି ଯୁବକ ରୋଷେଇ କରୁଥିବା ବେଳେ ରାତି ପ୍ରାୟ ସାଢେ ୧୧ଟା ସମୟରେ କିଛି ଦୁର୍ବୁତ୍ତ ଆସି ଫାର୍ମହାଉସ ଆଗରେ ୩ଟି ବୋମାମାଡ଼ କରିଥିଲେ। ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇ ଗୋଟି ଅଫୁଟା ବୋମା ଘଟଣାସ୍ଥଳରେ ପଡି ରହିଥିଲା।

ବୋମାମାଡ଼ କରିବା ସହ ଗୋଟିଏ କାରର କାଚକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ୟ୍ୟନ୍ତ କୌଣସି ଏତଲା ରୁଜୁ ହୋଇନାହିଁ, କିନ୍ତୁ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।

  • Related Posts

    ଓଡ୍ରାଫ୍ ହେବ SDRF, ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ

    ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ଅଧିକ ଶକ୍ତିଶାଳୀ ଏବଂ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟର ଅଗ୍ରଣୀ ଉଦ୍ଧାରକାରୀ ଦଳ ‘ଓଡ୍ରାଫ୍’ (Odisha Disaster Rapid Action Force – ODRAF) କୁ ଏବେ…

    Continue reading
    ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

    ତିଳେଇବଣି ବ୍ଲକ ସୁଗୁଡା କ୍ଲଷ୍ଟର ଗୁଣ୍ଡୁରିପୋଷି ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ସିଆରସିସି ପ୍ରାଣବନ୍ଧୁ ଘଡେଇ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ