ତାମିଲନାଡୁ କ୍ୟାବିନେଟକୁ କମବ୍ୟାକ୍ କଲା କଂଗ୍ରେସ

ଚେନ୍ନାଇ; କ୍ୟାବିନେଟକୁ ଫେରିଲା କଂଗ୍ରେସ । ତାମିଲନାଡୁ କ୍ୟାବିନେଟକୁ କମବ୍ୟାକ୍ କରିଛି କଂଗ୍ରେସ । ଦକ୍ଷିଣ ଭାରତୀୟ ରାଜ୍ୟ ତାଲିମନାଡୁରେ ଆଜି ଐତିହାସିକ ଦିନ । ୫୯ ବର୍ଷ ପରେ କ୍ୟାବିନେଟକୁ ଫେରିଛି କଂଗ୍ରେସ । ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କରିଛନ୍ତି ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ । ଟିଭିକେର ୨୧, କଂଗ୍ରେସର ୨ ଜଣଙ୍କୁ ବିଜୟ କ୍ୟାବିନେଟରେ ସ୍ଥାନ ମିଳିଛି । କ୍ୟାବିନେଟରେ ଅନ୍ୟାନ୍ୟ ସହଯୋଗୀ ଦଳକୁ ୧୦ଟି ଆସନ ମିଳିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉପସ୍ଥିତିରେ ୨ କଂଗ୍ରେସ ବିଧାୟକ ଏବଂ ୨୧ ଟିଭିକେ ଏମଏଲଏ ଶପଥ ନେଇଛନ୍ତି ।

ପୂର୍ବାହ୍ନ ୧୦ଟାରେ ଲୋକଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ସେମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏଥିସହ କଂଗ୍ରେସ ରାଜ୍ୟର ମନ୍ତ୍ରିମଣ୍ଡଳରେ ଦୀର୍ଘ ୫୯ ବର୍ଷ ପରେ ସାମିଲ ହୋଇଛି । ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଧାୟକ ରାଜେଶ କୁମାର ଏବଂ ଥିରୁ ପି ବିଶ୍ବନାଥଙ୍କୁ ତାମିଲନାଡୁ କ୍ୟାବିନେଟରେ ସାମିଲ ପାଇଁ ମଞ୍ଜୁରୀ ଦେଇଥିଲେ । ଉଭୟ ଆଜି ଶପଥ ନେଇଛନ୍ତି । ଏହା କଂଗ୍ରେସ ପାଇଁ ଆଜି ଏକ ଐତିହାସିକ ଅବସର ହୋଇଛି । କାରଣ ଦୀର୍ଘ ୫୯ ବର୍ଷ ପରେ କଂଗ୍ରେସ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛି। ରାଜେଶ କୁମାର ଏବଂ ଥିରୁ ପି ବିଶ୍ବନାଥଙ୍କୁ ଶୁଭେଚ୍ଛା ଜଣାଇଛି ଦଳ । ସେମାନେ ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ ଲାଗି କାର୍ଯ୍ୟ କରିବେ ବୋଲି ଦୃଢ଼ ବିଶ୍ବାସ ରହିଛି ।

Related Posts

ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

Continue reading
ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୂବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ