ତେଜିବ ବିଜୁ ଲିଗାସୀ ରାଜନୀତି

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁକୁ ନେଇ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ସମୀକରଣ ପ୍ରସ୍ତୁତି ଚାଲିଛି । ଆସନ୍ତା ୧୭ ତାରିଖ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସାମ୍ନାକୁ ଆସିବ ରାଜ୍ୟ ରାଜନୀତିର ନୂଆ ସମୀକରଣ । ତେଜିବ ବିଜୁ ଲିଗାସୀ ରାଜନୀତି । ଗୋଟିଏ ପଟେ ବିଜେଡି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଅନ୍ୟପଟେ ବିଜେଡିରୁ ଦୂରେଇ ଯାଇଥିବା ବିଜୁ ଲିଗାସୀ ନେତାଏ ପୃଥକ ଭାବେ ବିଜୁଙ୍କୁ ମନେପକାଇବେ । ରାଜଧାନୀରେ ଏକ ବଡ଼ ଧରଣର ସଭା କରିବାକୁ ପ୍ରସ୍ତୁତି ଚାଲିଛି ।
ସୂତ୍ର ଅନୁସାରେ ବିଜୁଙ୍କ ନାଁ ନେଇ ଗୋଟିଏ ମଞ୍ଚ ଗଠନ ହେବାକୁ ଯାଉଛି । ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଭାତ ବିଶ୍ୱାଳଙ୍କ ସମେତ ଅନେକ ବଡ଼ ନେତା ବିଜୁଙ୍କ ପାଇଁ ଏକାଠି ଗୋଟିଏ ମଞ୍ଚ ତଳେ ଯୋଗ ଦେଇପାରନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକମାନେ ମଧ୍ୟ ଏଥିରେ ସାମିଲ ହେବା ସମ୍ଭାବନା ଅଛି । ରାଜ୍ୟର ବିଭିନ୍ନ କୋଣରୁ ବିଜୁ ପ୍ରେମୀ, ଛାତ୍ର ଓ ଯୁବ ସଂଗଠକଙ୍କୁ ଏଥିରେ ସାମିଲ କରାଯିବ । ବିଜୁଙ୍କ ଶ୍ରାଦ୍ଧ ଦିବସରେ ଏକ ବିଶାଳ ସଭା ଆୟୋଜନ ହେବ । ଏହି ମଞ୍ଚରୁ ବିଜେଡିକୁ ଟାର୍ଗେଟ କରାଯିବ ବୋଲି ଜଣାପଡ଼ିଛି । ଛାତ୍ର ଓ ଯୁବ କର୍ମକର୍ତ୍ତାଙ୍କୁ ଏକାଠି କରିବା ଦାୟିତ୍ୱ ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ ନେଇଥିବା ସୂଚନା ମିଳିଛି ।
ଏ ସମ୍ପର୍କରେ ବରିଷ୍ଠ ନେତା ଅମର ଶତପଥୀ କିଛି ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ଆଗକୁ ଅନେକ କିଛି ଘଟିବାକୁ ଯାଉଛି । ବିଜୁଙ୍କ ବିଚାରଧାରାରେ ବିଶ୍ୱାସ କରୁଥିବା ବିଜୁ ପ୍ରେମୀ ଏକାଠି ହେବେ । ଗତ କିଛି ବର୍ଷ ଧରି ବିଜୁବାବୁଙ୍କୁ ନାଁ ଓ ଫଟୋକୁ ବାଦ୍ ଦେବାକୁ ବିଭିନ୍ନ ସମୟରେ ଅପଚେଷ୍ଟା କରାଯାଇଛି । ଆଜି ବି ବିଜୁଙ୍କ ନାଁ ବ୍ୟବହାର କରାଯାଉଛି, କିନ୍ତୁ ତାଙ୍କ ଲିଗାସୀକୁ ଆଗକୁ ନେବାକୁ ଚାହୁଁନାହାନ୍ତି । ବିଜେଡିରୁ ବିଜୁ ପ୍ରେମୀ ଦୂରେଇ ଯାଉଛନ୍ତି । ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡା କହିଛନ୍ତି, ଯିଏ ଯେଉଁ ସାମ୍ମୁଖ୍ୟ ଗଢ଼ିଲେ କିଛି ଫରକ ନାହିଁ । ବିଜେଡି ବିଜୁବାବୁଙ୍କ ଆଦର୍ଶରେ ତା’ର କାମ ଓ ସେବା ଜାରି ରଖିଛି, ରଖିବ।

  • Related Posts

    ଭୁବନେଶ୍ୱରରେ ହିମନ୍ତ ବିଶ୍ୱଶର୍ମା

    ଭୁବନେଶ୍ୱର: ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ନିର୍ବାଚନ ଫଳାଫଳ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ହିମନ୍ତ ବିମାନବନ୍ଦରରୁ ସିଧା ପୁରୀ ଅଭିମୁଖେ ବାହାରିଛନ୍ତି। ସେଠାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ…

    Continue reading
    ଜନ୍ମ ନେଲା ଓଡ଼ିଶା ଜନତା କଂଗ୍ରେସ

    ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ। ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ