ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ

ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କୁସୁମୀ ବ୍ଲକ ବାସିଲା ଗ୍ରାମର ଆଦିବାସୀ ବୃଦ୍ଧ ରାମତିଆ କଳା(୭୫)। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ରେଞ୍ଜ ତଥା କୁସୁମୀ ବ୍ଲକ ବାସିଲା ଗ୍ରାମର ରାମତିଆ ଶନିବାର ସକାଳୁ ଗ୍ରାମ ନିକଟସ୍ଥ କାହ୍ନୁ ନଦୀକୁ ଶୌଚ ହେବାକୁ ଯାଇଥିଲେ ।ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହୁଥିବା ୬ ଟିକିଆ ହାତୀ ପଲ ମଧ୍ୟରୁ ଏକ ଦନ୍ତା ହାତୀ ତାଙ୍କୁ ବିଭର୍ଷ ଭାବେ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ବାଦାମପାହାଡ ପୁଲିସ ଓ ବନବିଭାଗଖବର ପାଇ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛି ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ