
ଜଳେଶ୍ୱର: ଜଳେଶ୍ୱରରେ ନାବାଳିକା ହତ୍ୟା ମାମଲାରେ SIଙ୍କ ବଦଳି। ଦାୟିତ୍ବରେ ଅବହେଳା ପାଇଁ ନାମ୍ପ ଫାଣ୍ଡି SI କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ବର ଏସ୍ ପି। ୫ ଦିନ ହେବ ନିଖୋଜ ନାବାଳିକାଙ୍କ ମୃତଦେହ ଗତକାଲି ଜଙ୍ଗଲରୁ ମିଳିଥିଲା। ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ FIR ରଖି ନଥିଲା ପୋଲିସ। ଗତକାଲି ମୃତଦେହ ମିଳିବା ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ୧୮ ତାରିଖ ଦିନ ଝିଅ ଡ୍ୟାନ୍ସ କ୍ଲାସକୁ ଯାଇ ନିଖୋଜ ହୋଇଥିଲେ। ଗତକାଲି ତାଙ୍କ ମୃତ ଦେହ ମିଳିଥିଲା।







