ଦିଲ୍ଲୀ ଭୋଟ୍ ଗଣତି:ଆଗୁଆ ରହିଛି ବିଜେପି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତି । ପ୍ରାରମ୍ଭିକ ଗଣତିରେ ଆମ ଆଦମୀ ପାର୍ଟିକୁ ଲାଗିଛି ଝଟକା । ଆଗୁଆ ରହିଛି ବିଜେପି । ପ୍ରାରମ୍ଭିକ ଗଣତିରେ ପ୍ରଥମେ ପଛୁଆ ରହିଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପରେ ନୂଆଦିଲ୍ଲୀ ଆସନରୁ ଅରବିନ୍ଦ ଆଗୁଆ ରହିଥିଲେ । ସଦ୍ୟତମ ରିପୋର୍ଟ ଅନୁସାରେ, ଅରବିନ୍ଦଙ୍କୁ ପୁଣି ପଛରେ ପକାଇଛନ୍ତି ବିଜେପିର ପରବେଶ ବର୍ମା ।କୋଲକାଜି ବିଧାନସଭା ଆସନରୁ ଲଢ଼ୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନା ପ୍ରାରମ୍ଭିକ ଭୋଟ ଗଣତିରେ ପଛରେ ରହିଛନ୍ତି । ଚତୁର୍ଥ ପର୍ୟ୍ୟାୟ ଭୋଟ ଗଣନା ପରେ ବାୱାନା ବିଧାନସଭାରୁ ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ୧୪୪୨୦ ଭୋଟରେ ଆଗୁଆ ଅଛନ୍ତି । ଚତୁର୍ଥ ରାଉଣ୍ଡରେ ଶାଲିମା ବାଗ ବିଧାନସଭାରୁ ରେଖା ଗୁପ୍ତା ୧୨୬୬୦ ଭୋଟରେ ଆଗୁଆ ଅଛନ୍ତି । ପଞ୍ଚମ ପର୍ୟ୍ୟାୟ ଗଣନା ପରେ ତିଲକ ରାମ ଗୁପ୍ତା, ତ୍ରିନଗର ବିଧାନସଭାରୁ ୧୧୭୭୮ ଭୋଟରେ ଆଗୁଆ । ତୃତୀୟ ପର୍ୟ୍ୟାୟରେ ମୁସ୍ତାଫାବାଦ ବିଧାନସଭାରୁ ମୋହନ ସିଂହ ବିଷ୍ଟ ୧୬୧୮୧ ଭୋଟରେ ଆଗୁଆ ଅଛନ୍ତି । ତୃତୀୟ ରାଉଣ୍ଡରେ କରାୱାଲ ନଗର ବିଧାନସଭାରୁ କପିଲ ମିଶ୍ରା ୮୬୦୩ ଭୋଟରେ ଆଗୁଆ ଅଛନ୍ତି । ସପ୍ତମ ରାଉଣ୍ଡରେ ବିଶ୍ୱନଗର ବିଧାନସଭାରୁ ଓମ ପ୍ରକାଶ ଶର୍ମା ୮୪୪୪ ଭୋଟରେ ଆଗୁଆ ଅଛନ୍ତି । ଚତୁର୍ଥ ପର୍ୟ୍ୟାୟରେ ନଜଫଗଡ଼ ବିଧାନସଭାରୁ ନୀଲମ ପେହଲୱାନ ୮୦୨୩ ଭୋଟରେ ଆଗୁଆ ଅଛନ୍ତି । ରବିନ୍ଦ୍ର ସିଂହ ନେଗି, ତୃତୀୟ ପର୍ୟ୍ୟାୟରେ ପାଟପରଗଞ୍ଜ ବିଧାନସଭା ଆସନରୁ ୭୨୨୯ ଭୋଟରେ ଆଗୁଆ ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ