ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା

ନୂଆଦିଲ୍ଲୀ : ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆୟୋଜକ ସହର ଭାବେ ବୁଧବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୧୦ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତ ଦ୍ବିତୀୟ ଥର ଏହି କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଗ୍ଲାସ୍‌ଗୋରେ ବୁଧବାର ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଭାରେ ୭୪ଟି ସଦସ୍ୟ ରାଷ୍ଟ୍ର ଓ ଅଞ୍ଚଳର ପ୍ରତିନିଧି ଭାରତର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୨୦ ବର୍ଷ ପରେ ଏହି କ୍ରୀଡ଼ା ଭାରତରେ ହେବାର ଥିବାରୁ
ଭାରତୀୟ କ୍ରୀଡ଼ାପ୍ରେମୀ ଉଲ୍ଲସିତ ହୋଇଛନ୍ତି। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କାର୍ୟ୍ୟକାରୀ ପରିଷଦ ଅକ୍ଟୋବର ୧୫ରେ ଅହମ୍ମଦାବାଦ ସହର ନାମ ସୁପାରିସ କରିଥିଲା। ଫଳରେ ବୁଧବାର ଗ୍ଲାସ୍‌ଗୋରେ ବସିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସାଧାରଣ ପରିଷଦର ପୂର୍ଣ୍ଣକାଳୀନ ବୈଠକରେ ଏହା ଉପରେ ମୋହର ବାଜିଛି। ଏହି କ୍ରୀଡ଼ାର ଆୟୋଜନ ଅଧିକାର ଲାଗି ଦୌଡ଼ରେ ଭାରତ ସହ ନାଇଜେରିଆ ରହିଥିଲା। ତେବେ ଅହମ୍ମଦାବାଦ୍‌କୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର ମିଳିଛି। ଆଫ୍ରିକୀୟ ଦେଶ ନାଇଜେରିଆ ୨୦୩୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୂଲ୍ୟାୟନ କମିଟି ସମସ୍ତ ଦିଗକୁ ବିଚାରକରି ଏହି ନିଷ୍ପତ୍ତି ନେଇଛି। ମୂଲ୍ୟାୟନ କମିଟି ପକ୍ଷରୁ ଦାଖଲ କରା ଯାଇଥିବା ତଥ୍ୟକୁ ବିଚାରକରି ଅହମ୍ମଦାବାଦ ନାମକୁ ସୁପାରିସ କରା ଯାଇଥିଲା। ୧୯୩୦ରେ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା କାନାଡାର ହାମିଲ୍‌ଟନରେ ଆୟୋଜନ ହୋଇଥିବା ବେଳେ ଏହାର ଠିକ୍‌ ୧୦୦ ବର୍ଷ ପରେ ଏହି କ୍ରୀଡ଼ା ଆୟୋଜନର ସମ୍ମାନ ଭାରତ ପାଇଛି। ଅହମ୍ମଦାବାଦରେ ୧୫ଟିରୁ ୧୭ଟି କ୍ରୀଡ଼ାରେ ପଦକ ପାଇଁ ମୁକାବିଲା ହେବ। ବିଚାରାଧୀନ କ୍ରୀଡ଼ା ମଧ୍ୟରେ ତୀରନ୍ଦାଜୀ,
ବ୍ୟାଡମିଣ୍ଟନ, ଟ୍ବେଣ୍ଟି୨୦ କ୍ରିକେଟ, ହକି, ଜୁଡୋ, ସୁଟିଂ ଓ କୁସ୍ତି ରହିଛି। ଆୟୋଜକ ଦେଶ ଦୁଇଟି ନୂଆ କିମ୍ବା ପାରମ୍ପରିକ କ୍ରୀଡ଼ା ଅନ୍ତର୍ଭୁକ୍ତ କରିପାରିବ। ସମସ୍ତ କ୍ରୀଡ଼ା ତାଲିକା ଆସନ୍ତାବର୍ଷ ଘୋଷଣା କରାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ପି.ଟି. ଉଷା କହିଛନ୍ତି, ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା କେବଳ ରାଜ୍ୟଗୋଷ୍ଠୀ ଆନ୍ଦୋଳନର ଶହେ ବର୍ଷ ପାଳନ କରିବ ନାହିଁ, ବରଂ ପରବର୍ତ୍ତୀ ଶତାବ୍ଦୀ ପାଇଁ ମୂଳଦୁଆ ପକାଇବ।

ଏହି କ୍ରୀଡ଼ା ଭାରତର ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ଏହାର ଦକ୍ଷତା ସହିତ ବିକଶିତ ଭାରତ-୨୦୪୭ ଅଭିମୁଖେ ଭାରତର ଯାତ୍ରାକୁ ପ୍ରଦର୍ଶିତ କରିବ। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଶ୍ରେଷ୍ଠ ଆୟୋଜନ ନେଇ ଆମେ ପ୍ରସ୍ତୁତ। ୨୦୩୦ ରାଜ୍ୟାଗାଷ୍ଠୀ କ୍ରୀଡ଼ା ଭାରତ ପାଇଁ ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ବାଟ ଫିଟାଇବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ