ଦୁର୍ଗା ପୂଜା ପ୍ରସ୍ତୁତି ଜୋରଦାର

ଦେବଗଡ଼:ଶାରଦୀୟ ଦୁର୍ଗା ପୂଜା ଅବସରରେ ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟି,ଖପରସାହିସ୍ଥିତ ଜୟଦୁର୍ଗା କ୍ଲବ,ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବ,ପୁରୁଣାଗଡ ରଥଦାଣ୍ଡି ସାହି,ମଠସାହି ସ୍ଥିତ ମନୋରମା କ୍ଲବ ଏବଂ ବାରକୋଟ ବ୍ଲକର ବଳମ ଗ୍ରାମର ଜାଗୃତି କ୍ଲବ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବରେ ପୂଜ‌ା ଅବସର‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିବା‌ କମିଟି ପକ୍ଷରୁ ସୂଚନା ଦିଆଯାଇଛି।ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋର ଜାର କରାଯାଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମ ସହ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିବା କମିଟି ସୁତ୍ରରୁ ପ୍ରକାଶ।ସେହିପରି ଖପରସାହିସ୍ଥିତ ଜୟଦୁର୍ଗା କ୍ଲବ ପକ୍ଷରୁ ମଧ୍ୟ ଚଳିତବର୍ଷ ପୁଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଜୋର ଜାର କରାଯାଇଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାବଣ ପୋଡି ଉତ୍ସବ କରାଯିବ ବୋଲି କମିଟି ସୁତ୍ରରୁ ପ୍ରକାଶ।ଠିକ ସେହିପରି ଭାବେ ବାରକୋଟ ବ୍ଲକର ବଳମ ଗ୍ରାମରେ ଜାଗୃତି କ୍ଲବ କମିଟି ପକ୍ଷରୁ ମଧ୍ୟ ଦୁର୍ଗା ପୂଜା ଅନୁଷ୍ଠିତ ହେବ।ପୂଜା ଅବସରରେ କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା,ଫୁଟବଲ ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଟିକେଟ ସୋ ଅପେରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

  • Related Posts

    ଭୁବନେଶ୍ୱରରେ ଧରାପଡ଼ିଲା ହାଇଡ୍ରୋପୋନିକ୍ ଗଞ୍ଜେଇ

    ଭୁବନେଶ୍ୱର: ବ୍ୟାଙ୍କକ୍‌ରୁ ଆସୁଥିଲା ହାଇଡ୍ରୋପୋନିକ୍ ଗଞ୍ଜେଇ । ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଧରାପଡ଼ିଲା ନିଶାଦ୍ରବ୍ୟ ଚାଲାଣ। ୪ ଜଣ ଯାତ୍ରୀଙ୍କଠାରୁ ପ୍ରାୟ ୧.୮୫ କୋଟି ଟଙ୍କା ମୂଲ୍ୟର ୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ଡିଆରଆଇ ଓ କଷ୍ଟମ୍ସ…

    Continue reading
    ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

    ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତତ୍କାଳ ପ୍ରଭାବରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି