
ଜଗତସିଂହପୁର: ନାଉଗାଁ ଥାନା ଶିଖର ଘାଟ ପୋଲ ଉପରୁ ଦେବୀନଦୀକୁ ଡେଇଁ ଯୁବକ ନିଖୋଜ । ନିଖୋଜ ଯୁବକ ସ୍ଥାନୀୟ ତିହୁଡ଼ା ଗାଁର ଶୈଳଶ ପାଢ଼ୀ । ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନାଉଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।ଆଜି ସକାଳ ସମୟରେ ଶୈଳେଶ ବଜାରକୁ ଯାଉଥିବାର କହି ଘରୁ ଆସିଥିଲେ ।ମାତ୍ର କିଛି ସମୟ ପରେ ସେ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ । ପୋଲ ଉପରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏହି ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।




