ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି ପୁରୁଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳା ଯାଇନାହିଁ। ତଥାପି ଏହା ପଞ୍ଜାବ କିଙ୍ଗ୍‌ସର ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ଏଠାରେ ଅଧିକାଂଶ ଭାରତୀୟ କ୍ରିକେଟର ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ଏହି ଷ୍ଟାଡିୟମ୍‌ରେ ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ଟ୍ବେଣ୍ଟି୨୦ ଜିତି ଘରୋଇ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବାକୁ ଭାରତ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଉଭୟ ଟେଷ୍ଟ ଜିତିବା ପରେ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୧-୨ରେ ହାରିବା ପରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ କରିବାର ଲକ୍ଷ୍ୟ ରଖିଛି। କାରଣ ଐଡେନ ମାର୍କରାମଙ୍କ ଦଳ ଜାଣିଛି ଯେ ୨-୦ରେ ପଛରେ ରହିଲେ; ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ହେବ। ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବା ପରେ ଭାରତ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ୨୭ଟି ମ୍ୟାଚ୍‌ ଜିତିଥିବା ବେଳେ ମାତ୍ର ୪ଟି ହାରିଛି। ଉକ୍ତ ଫାଇନାଲ ମ୍ୟାଚ୍‌ ହାରିବା ପରଠାରୁ ଦକ୍ଷିଣ ଆଫ୍ରିକା ମାତ୍ର ୯ଟି ଟ୍ବେଣ୍ଟି୨୦ ଜିତିଥିବା ବେଳେ ୧୭ଟି ମ୍ୟାଚ୍‌ ହାରିଛି। ଏହିଥିରୁ ସ୍ପଷ୍ଟ ଯେ ବିଶ୍ବ ଚମ୍ପିଆନ୍ ଭାରତ ଟି୨୦ରେ ଶକ୍ତିଶାଳୀ ରହିଛି।
ବିଶ୍ବର ୧ନଂ ଦଳ ବିଦେଶରେ ବହୁତ ଭଲ ପ୍ରଦର୍ଶନ କରିଛି। ତେଣୁ ଘରୋଇ ବାତାବରଣରେ ଏହା ପ୍ରାୟ ଅପରାଜେୟ ମନେହେଉଛି। ମଙ୍ଗଳବାର କଟକରେ ଭାରତ ଏହା ଦେଖାଇଥିଲା। ଦଳ ନିୟମିତ ୱିକେଟ୍‌ ହରାଇଥିଲେ ହେଁ ବ୍ୟାଟ୍‌ସମ୍ୟାନ ସଟ୍‌ ଖେଳିବାରୁ ବିରତ ହୋଇନଥିଲେ। ଫଳରେ ଭାରତ ୧୭୫ ରନ୍‌ ଛିଡ଼ା କରାଇ ପାରିଥିଲା। ଉଭୟ ଦଳଙ୍କ ମଧ୍ୟରେ ଗତ ୭ଟି ମ୍ୟାଚ୍‌ରୁ ଭାରତ ୬ଟି ଜିତିଛି। ତେଣୁ ନ୍ୟୁ ଚଣ୍ଡିଗଡ଼ ମ୍ୟାଚ୍‌ ଜିତିବା ଲାଗି ଭାରତ ବହୁତ ବଡ଼ ଫେଭରିଟ୍‌। ଆସନ୍ତାବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ଭାରତ ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛି। ଉପମହାଦେଶରେ ଭାରତର ଅପରାଜେୟ ମନେହେଉଛି। ବିଶ୍ବକପ୍‌ ପୂର୍ବରୁ ଭାରତକୁ ଆଉ ୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାର ଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। କଟକ​‌େ​‌ର ଦକ୍ଷିଣ ଆଫ୍ରିକା ଇନିଂସର ପ୍ରଥମ ଓଭର ହିଁ ଦର୍ଶାଇଥିଲା ଯେ ପୂରା ଇନିଂସରେ କ’ଣ ହେବାକୁ ଯାଉଛି। କ୍ବିଣ୍ଟନ ଡି କକ୍‌ ପ୍ରଥମ ଓଭରରେ ଆଉଟ୍‌ ହେବା ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତ ଧକ୍କା ଥିଲା। ଅଭିଜ୍ଞ ଡି କକ୍‌ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଡି କକ୍‌ ଓ ମାର୍କରାମଙ୍କ ଉପରେ ଅଧିକ ନିର୍ଭର କରିବ। ଦୁଇ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଟ୍ରିଷ୍ଟନ୍ ଷ୍ଟବ୍‌ସ ଓ ଡିୱାଲ୍‌ଡ ବ୍ରେଭିସ୍‌ ଭଲ ଫର୍ମରେ ଅଛନ୍ତି। ଅଭିଜ୍ଞ ଡେଭିଡ୍‌ ମିଲର ଫିନିସର ଭୂମିକା ନିର୍ବାହ କରିବେ। ଯଶପ୍ରୀତ ବୁମ୍‌ରା ଭାରତର ମ୍ୟାଚ୍‌ ବିଜେତା ବୋଲର। ହେଲେ କଟକରେ ଅର୍ଶଦୀପ ନୂଆ ବଲ୍‌ରେ ଯେପରି ବୋଲିଂକଲେ; ତାହା ଭାରତକୁ ଉତ୍ସାହିତ କରିଛି। ଭାରତ ପାଇଁ ସର୍ବାଧିକ ଟି୨୦ ୱିକେଟ୍‌ ନେଇଥିବା ଅର୍ଶଦୀପ ବଲ୍‌କୁ ସ୍ବିଙ୍ଗ୍‌ କରିଥିଲେ। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ। ଫଳରେ କୁଲଦୀପ ଯାଦବଙ୍କୁ ପୁଣି ବସିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ନିଶ୍ଚୟ କିଛି ପରିବର୍ତ୍ତନ କରିପାରେ। ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ପେସ୍‌ ବୋଲର ଲୁଥୋ ସିପାମ୍‌ଲାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର କର୍ବିନ୍‌ ବସ୍‌ ଖେଳିପାରନ୍ତି। ଅଲ୍‌ରାଉଣ୍ଡର ଡାନୋଭାନ ଫରେରାଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ ରିଜା ହେଣ୍ଡ୍ରିକ୍‌ସଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ଚିନ୍ତା କରିପାରେ। ଉଚ୍ଚ ଗ୍ୟାଲେରୀ ନ ଥିବାରୁ ନ୍ୟୁ ଚଣ୍ଡିଗଡ଼ ଗ୍ରାଉଣ୍ଡରେ ସେତେ କାକରର ପ୍ରଭାବ ରହିବ ନାହିଁ। ଆଉ ମାତ୍ର ଗୋଟିଏ ୱିକେଟ୍‌ ନେଲେ ହାର୍ଦିକ ପାଣ୍ଡ୍ୟା ତୃତୀୟ ଭାରତୀୟ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ୧୦୦ ୱିକେଟ୍‌ ପୂରଣ କରିବେ। ନ୍ୟୁ ଚଣ୍ଡିଗଡ଼ର ପିଚ୍‌ ବ୍ୟାଟିଂ ସହାୟକ ହେବ। ପିଚ୍‌ ଶୁଖିଲା ଥିବାରୁ ଏବଂ କାକରର କମ୍‌ ପ୍ରଭାବ ହେବାର ଥିବାରୁ ଏଠାରେ ଅଧିକ ରନ୍‌ ହୋଇପାରେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ