ଧାନ ବିକ୍ରୟ ପଞ୍ଜୀକରଣକୁ ସରଳୀକରଣ ପାଇଁ ଦାବି: ଜିଲ୍ଲା କୃଷକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

ଦେବଗଡ଼: ଧାନ ବିକ୍ରୟ ପଞ୍ଜୀକରଣକୁ ସରଳୀକରଣ କରିବା ପାଇଁ ଜିଲ୍ଲା କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି।ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରେ ସଂଘର ସଭାପତି ପ୍ରମୋଦ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀ ମାନେ ପଞ୍ଜିକରଣ ସମୟରେ ଅସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ସରକାରଙ୍କ ଦ୍ୱାରା ନୂତନ ନିୟମକୁ କଡା ସମାଲୋଚନା କରିବା ସହ ପୂର୍ବବର୍ଷ ପରି ପଞ୍ଜିକରଣ ପାଇଁ ଦାବି କରାଯାଇଛି।ଜିଲ୍ଲାରେ ହାଇଟେକ୍ ସର୍ଭେ ହୋଇ ଖତିଆନ ବଣ୍ଟନ ହୋଇଛି ସତ କିନ୍ତୁ ତ୍ରୁଟିପୂର୍ଣ୍ଣ ରହିଛି। ତିନିପିଢି ପର୍ଯ୍ୟନ୍ତ ଖତିଆନ ମାନଙ୍କରେ ନାଁ ରହିବା ସହ ଭାଗ ବଣ୍ଟା ହୋଇପାରିନାହିଁ।ଏପରିକି ଜଣେ ବ୍ୟକ୍ତିଙ୍କ ଦୁଇ କିମ୍ବା ଅଧିକ ଗ୍ରାମରେ ଜମି ପଟ୍ଟା ଥିଲେ ଅନଲାଇନ୍ ଆବେଦନ କରିବା ସମୟରେ ଅନେକ ସମସ୍ୟା ଦେଖାଦେଉଥିବା ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ। ସରକାର ପ୍ରଥମେ କୃଷକ ପରିଚୟ ପତ୍ର,କୃଷକ ଓଡ଼ିଶା ପୋର୍ଟାଲ,ବର୍ତ୍ତମାନ ତୃତୀୟ ଅଗ୍ରିଷ୍ଟେକ୍ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ଆଳ କରି ଚାଷୀଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ କରିବା ସହ ଏହାର ତୀବ୍ର ବିରୋଧ କରିଛନ୍ତି।ଯଦି ସରକାରଙ୍କ ରାଜସ୍ବ ବିଭାଗ ଖଜଣା ଓ ଜଳକର ଆଇନଗତ ଉତ୍ତରାଧିକାରୀଙ୍କ ଠାରୁ ଗ୍ରହଣ କରି ଖଜଣା ପାଉତି ଦେଇପାରିଛନ୍ତି ତାହେଲେ ଚାଷୀଙ୍କୁ ଧାନ ପଞ୍ଜିକରଣରେ ସମସ୍ୟାକୁ ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।ସରକାର ସରଳୀକରଣ ପଦ୍ଧତି ଅବଲମ୍ବନ ନକରି ଚାଷୀ ମାରଣନୀତିକୁ କାହିଁକି ପ୍ରାଧାନ୍ୟ ଦେଉଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ବୈଠକରେ ସମ୍ପାଦକ ସୁରେଶ ଚନ୍ଦ୍ର ଦେହୁରୀ,ଆଇନପରାମର୍ଶଦାତା ବିଭୂତି ଗଙ୍ଗଦେବ, ବିନୋଦ ବିହାରୀ ନାୟକ,ବିଜୟ ପ୍ରଧାନ,ଭୁପେନ୍ଦ୍ର ପ୍ରସାଦ ନାୟକ,ଅଶୋକ ନନ୍ଦ, ସଚ୍ଚିଦାନନ୍ଦ ପଟ୍ଟନାୟକ,ବାବୁ ପ୍ରଧାନ,ବିଶ୍ବମ୍ବର ନାୟକ,ସନ୍ତୋଷ ପ୍ରଧାନ, ଜୟଦେବ ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି।ଯଦି ସରକାର ପୂର୍ବପରି ପଞ୍ଜିକରଣ ନ କରନ୍ତି ତେବେ ଜିଲ୍ଲା କୃଷକ ସଂଘ ପକ୍ଷରୁ ଆନ୍ଦୋଳନ କରିବା ସହ ଜିଲ୍ଲାର ସମସ୍ତ ସୋସାଇଟିକୁ ଅଚଳ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

  • Related Posts

    ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

    କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ…

    Continue reading
    ପ୍ରବଳରୁ ଅତି ପ୍ରବଳ ବର୍ଷା: ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

    ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ଦିଲ୍ଲୀସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୧୪ରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ