ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଶର ନୂତନ ସ୍ଥଳ ସେନାଧ୍ୟକ୍ଷ ଅର୍ଥାତ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ନିଯୁକ୍ତି ନିର୍ଦେଶ ଜାରି କରିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ, ରାଷ୍ଟ୍ରପତି ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ଙ୍କୁ ଆଗାମୀ ସେନା ମୁଖ୍ୟ ନିଯୁକ୍ତି କରିବାର ମଞ୍ଜୁରୀ ଦେଇଛନ୍ତି। ଏବେ ସେ ଜେନେରାଲ ପଦରେ ନିଜ ସେବା ଦେବେ। ଧୀରଜ୍ ସେଠ୍ ୩୦ ଜୁନ୍ ୨୦୨୬ ରେ କାର୍ଯ୍ୟଭାର ଗ୍ରହଣ କରିବେ। ସେ ବର୍ତ୍ତମାନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ। ସ୍ଥଳ ସେନାଧ୍ୟକ୍ଷ ଭାବରେ ତାଙ୍କର କାର୍ଯ୍ୟକାଳ ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ରହିବ।
ଲେଫ୍ଟନାଣ୍ଟ ଜେନେରାଲ ସେଠ୍ ବହୁ ଗୁରୁତ୍ବପୂର୍ଣ୍ଣ ଓ ରଣନୈତିକ ପଦବୀରେ କାମ କରିସାରିଛନ୍ତି। ସେ ମହାରାଷ୍ଟ୍ରର ପୁନେ ସ୍ଥିତ ଖଡକୱାସଲା ଜାତୀୟ ପ୍ରତିରକ୍ଷା ଏକାଡେମୀ(ଏନଡିଏ)ର ପୂର୍ବତନ ଛାତ୍ର ରହିସାରିଛନ୍ତି। ୧୯୮୬ ରେ ସଶସ୍ତ୍ର ବାହିନୀରେ କମିଶନ୍ ମିଳିଥିଲା। ସେନାରେ ୪ ଦଶକ ଧରି ରହିଛି ତାଙ୍କର ଅନୁଭବ। ନିଜ କାର୍ଯ୍ୟକାଳରେ ସେ ବିଭିନ୍ନ ଭୂ-ଭାଗ ଓ ସଂଘର୍ଷପୂର୍ଣ୍ଣ ସ୍ଥିତିରେ କାମ କରିଛନ୍ତି। ଏଥିରେ ଆତଙ୍କବାଦୀ ବିରୋଧି ଅଭିଯାନ ମଧ୍ୟ ରହିଛି।
ଏହା ବ୍ୟତୀତ, ଲେଫ୍ଟନାଣ୍ଟ ମରୁଭୂମି ଅଞ୍ଚଳରେ ଏକ ସଶସ୍ତ୍ର ରେଜିମେଣ୍ଟ, ବିକଶିତ ଅଞ୍ଚଳରେ ଏକ ସଶସ୍ତ୍ର ବ୍ରିଗେଡ୍ ଏବଂ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦ ବିରୋଧୀ ବାହିନୀର ନେତୃତ୍ୱ ନେଇଛନ୍ତି। ଲେଫ୍ଟନାଣ୍ଟ ହେବା ପରେ, ସେ ‘ସୁଦର୍ଶନ ଚକ୍ର କର୍ପସ’ର ନେତୃତ୍ୱ ନେଇଥିଲେ ଏବଂ ପରେ ଦିଲ୍ଲୀରେ ଜେନେରାଲ ଅଫିସର କମାଣ୍ଡିଂ ଭାବରେ କାର୍ଯ୍ୟ କରିଥିଲେ, ଯେଉଁଠାରେ ସେ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ ଅପରେସନଗୁଡ଼ିକର ନେତୃତ୍ୱ ନେଇଥିଲେ। ସେନା କମାଣ୍ଡର ହେବା ପରେ, ସେ ଦକ୍ଷିଣ-ପଶ୍ଚିମ କମାଣ୍ଡ ଏବଂ ଦକ୍ଷିଣ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଥିଲେ। ସେ ପଶ୍ଚିମ କମାଣ୍ଡର ଦୁଇ ଅପରେସନାଲ କମାଣ୍ଡ ପରିଚାଳନା କରିଥିବାର ଗୌରବ ରହିଛି।
ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଷ୍ଟ୍ରାଇକ୍ କର୍ପସର କମାଣ୍ଡର ଭାବରେ କାର୍ଯ୍ୟ କରିଛନ୍ତି, ଯାହାକି ଶତ୍ରୁ ସୀମାରେ ପଶି ଆକ୍ରମଣ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପ୍ରାୟ ତିନି ଦଶନ୍ଧି ପରେ, ସରକାର ସେନାର କମାଣ୍ଡର ଭାବରେ ଜଣେ ଆର୍ମଡ କର୍ପସ (ଟ୍ୟାଙ୍କ) ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଶେଷ ଥର ୧୯୯୭ ରେ ଜେନେରାଲ ଶଙ୍କର ରୟ ଚୌଧୁରୀ ଏହି କର୍ପସର ଅଧିକାରୀ ଥିଲେ, ଯିଏକି ସେନାର ଦାୟିତ୍ବ ଗ୍ରହଣ କରିଥିଲେ। ଏପର୍ଯ୍ୟନ୍ତ, ପଦାତିକ ଏବଂ ତୋପ ଅଧିକାରୀମାନେ ଭାରତୀୟ ସେନାରେ ସେନା ମୁଖ୍ୟ (COAS) ପଦବୀରେ ରହିଆସିଛନ୍ତି। ଭୋପାଳ ସ୍ଥିତ ‘ସୁଦର୍ଶନ ଚକ୍ର କର୍ପସ’ ର କମାଣ୍ଡର ପଦରେ ରହିବା ବ୍ୟବୀତ, ଲେଫ୍ଟନାଣ୍ଟ ଜେନେରାଲ ସେଠ୍ ସେନାର ଦକ୍ଷିଣ କମାଣ୍ଡ ଓ ପଶ୍ଚିମ-ଦକ୍ଷିଣ କମାଣ୍ଡର ଭାବରେ ନିଜର ସେବା ଦେଇ ସାରିଛନ୍ତି। ଏହି ଦୁଇଟି କୋର ପଞ୍ଜାବର ଭଟିଣ୍ଡାରୁ ନେଇ ଗୁଜରାଟର କଚ୍ଛ ପର୍ଯ୍ୟନ୍ତ ଲାଗିଥିବା ପାକିସ୍ତାନୀ ସୀମା ସୁରକ୍ଷାର ଦାୟିତ୍ବ ଗ୍ରହଣ କରିଥିଲେ।
ଆଜି ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଆନୁଷ୍ଠାନିକ ବୈଠକ
ପ୍ୟାରିସ : ଫ୍ରାନ୍ସର ଏଭିଆନ୍ଠାରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି। ଗତ ୧୬ ମାସ ମଧ୍ୟରେ ଉଭୟ ନେତାଙ୍କ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ…


