ଆଜି ହେବ ଇରାନ୍-ଆମେରିକା ଶାନ୍ତିଚୁକ୍ତି, ହଟିବ ହୋର୍ମୁଜ ଅବରୋଧ

ନୂଆଦିଲ୍ଲୀ; ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ବଜାର ଚିନ୍ତା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବା ତଥା ହୋର୍ମୁଜ ଜଳମାର୍ଗ ଖୋଲିବା ନେଇ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ଚୂଡାନ୍ତ ହୋଇଛି । ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାକୁ ଯାଉଛନ୍ତି । ତେବେ ଏହା କେବେ ସ୍ୱାକ୍ଷର ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେଭାରେ ରବିବାର ଅର୍ଥାତ ଆଜି ଏହି ଶାନ୍ତି ବୁଝାମଣା ସ୍ୱାକ୍ଷର ହେବ ବୋଲି କହିଛନ୍ତି । ସେହିଭଳି ମଧ୍ୟସ୍ଥ ଭୂମିକା ନିର୍ବାହ କରିଥିବା ପାକିସ୍ତାନ ଆଗାମୀ ୨୪ ଘଣ୍ଟା ଭିତରେ ବୁଝାମଣାରେ ସ୍ୱାକ୍ଷର କରାଯିବ ବୋଲି କହିଛି । କିନ୍ତୁ ଇରାନ ଏହାକୁ ଅସ୍ୱୀକାର କରିଛି । କହିଛି ବୁଝାମଣା ଚୂଡାନ୍ତ ହୋଇଛି । କିନ୍ତୁ କେବେ ସ୍ୱାକ୍ଷର ହେବ ତାହା ସ୍ଥିର ହୋଇନି ।
ଟ୍ରମ୍ପ କହିଛନ୍ତି ଜୁନ୍ ୧୪ ତାରିଖରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି । ଏହାକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ଐତିହାସିକ ପରିବର୍ତ୍ତନ ବୋଲି କହି ସେ ଆହୁରି କହିଛନ୍ତି ଯେ ଚୁକ୍ତି ପରେ ହୋର୍ମୁଜ ପ୍ରଣାଳୀ ତୁରନ୍ତ ଖୋଲାଯିବ । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ପ୍ରସ୍ତାବିତ ଚୁକ୍ତିନାମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଇରାନର ପରମାମୁ କାର୍ଯ୍ୟକ୍ରମ । ତାଙ୍କ ମତରେ, ଏହି ଚୁକ୍ତନାମା ଗ୍ୟାରେଣ୍ଟି ଦେବ ଯେ, ଭବିଷ୍ୟତରେ ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ । ଟ୍ରମ୍ପ ଏହି ଚୁକ୍ତିନାମାକୁ ପରମାଣୁ ଅସ୍ତ୍ର ବିକଶିତରେ ପ୍ରତିବନ୍ଧକ ବୋଲି କହିଥିଲେ । ଇରାନ ଆଉ କୌଣସି ଉପାୟରେ ପରମାଣୁ ଅସ୍ତ୍ର ତିଆରି କରିବ ନାହିଁ ।
ରାଷ୍ଟ୍ରପତି ଟ୍ରମ୍ପ ଆହୁରି କହିଛନ୍ତି, ଏହି ଚୁକ୍ତିନାମା ଇରାନକୁ ପରମାଣୁ ଅସ୍ତ୍ର ହାସଲ, ବିକାଶ କିମ୍ବା ଅନ୍ୟଥା ହାସଲ କରିବାରୁ ରୋକିବ । ଏହି ବ୍ୟବସ୍ଥା ଏହି ଅଞ୍ଚଳର ସ୍ଥିରତା ବଢାଇବ । ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହୋର୍ମୁଜ ପ୍ରଣାଳୀକୁ ଆନ୍ତର୍ଜାତୀୟ ପରିହନ ପାଇଁ ପୁନର୍ବାର ଖୋଲାଯିବ । ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଏହି ସମୁଦ୍ର ପଥ ଦେଇ ଗତି କରେ, ତେଣୁ ଏହାର ଖୋଲାଯିବା ଦ୍ୱାରା ଅନ୍ତର୍ଜାତୀୟ ବଜାରକୁ ମଧ୍ୟ ଆଶ୍ୱସ୍ତି ମିଳିପାରିବ । ଟ୍ରମ୍ପ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ପ୍ରତିକୂଳ ପରିସ୍ଥିତିରେ ତାଙ୍କ ପାଖରେ ଅନ୍ୟ ବିକଳ୍ପ ଅଛି ।

  • Related Posts

    ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

    ନୂଆଦିଲ୍ଲୀ,: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ ମଧ୍ୟ କିଛି ଯାତ୍ରୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିବାକୁ ଲାଗନ୍ତି, କିନ୍ତୁ…

    Continue reading
    କୋଲକାତାରେ ଯୋଗ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ; ଆଜି ୧୨ ତମ ଯୋଗ ଦିବସରେ ଦେଶ ଯୋଗମୟ ହୋଇଛି । ଦେଶବିଦେଶରେ ମହା ଆଡମ୍ବରରେ ପାଳନ ହୋଇଛି ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି କୋଲକାତାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ “ସୁସ୍ଥ ଆୟୁ ପାଇଁ ଯୋଗ”…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ