ନବୀନଙ୍କ ପୋଲ୍‌ ଖୋଲିଦେଲେ ଦେବାଶିଷ

ଭୁବନେଶ୍ୱର : ବିଜେଡ଼ି ଓ ନବୀନଙ୍କର ପୋଲ୍‌ ଖୋଲି ଦେଇଛନ୍ତି ଦେବାଶିଷ ନାୟକ । ଏକ ସାକ୍ଷାତକାରରେ ଦେବାଶିଷ ଦେଇଥିବା ବିସ୍ଫୋରକ ମନ୍ତବ୍ୟ ଏବେ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟିକରିଛି । ନବୀନ ଟ୍ରାପରେ ପଡ଼ିଯାଇଥିଲେ । ତାଙ୍କୁ ତାଲା ପକାଇ ରଖାଯାଇଥିଲା । ନ୍ୟୁନ କରି ଦେଖାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ପାଣ୍ଡିଆନ୍‌ ଓ ବବି ଏଜେନ୍ସୀ ବିଜେଡ଼ିକୁ ବୁଡ଼ାଇ ଦେଇଥିଲେ । ଯାହାଙ୍କ ବାପା ନବୀନଙ୍କୁ ଗାଳି ଦେଉଥିଲେ, ତାଙ୍କ ପୁଅ ମାମଲତି କଲେ । ୨୦୧୨ରେ ଜଣେ ବ୍ୟକ୍ତିଙ୍କ ପାଖରେ ୧୫୦ କୋଟିର ଦଳୀୟ ପାଣ୍ଠି ଥିଲା । ଏମିତି ଅନେକ ଗୁମର ଫିଟାଇଛନ୍ତି ଦେବାଶିଷ ।

 

ଦେବାଶିଷ କହିଛନ୍ତିଯେ, ଜୟଲଳିତା ସିଣ୍ଡ୍ରୋମ ଭଳି ନବୀନଙ୍କୁ ତାଲା ପକାଇ ରଖାଯାଇଥିଲା । ତାଙ୍କୁ କେବଳ ନନ୍ଦିଘୋଷ ଟିଭି ହିଁ ଦେଖା ଯାଉଥିଲା । ଅନ୍ୟ ଟିଭି କି ଚ୍ୟାନେଲ ତାଙ୍କୁ ଦେଖାଇ ଦିଆଯାଉନଥିଲା । କାଳେ କିଏ କଣ କହିଦେବେ ବୋଲି ତାଙ୍କୁ କାହା ସହ ମିଶିବାର ସୁଯୋଗ ଦିଆଯାଉନଥିଲା । ଏକଦା ଅଶୋକ ଦାସ ନବୀନ ପଟ୍ଟନାୟକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ନବୀନ ବାବୁ ଏକଥା ଭଲଭାବେ ଜାଣିଛନ୍ତି । ହେଲେ ନବୀନ ବାବୁଙ୍କର କ’ଣ ହେଲା କେଜାଣି ସେମାନଙ୍କୁ ହିଁ ସବୁ ପ୍ରକାର ସୁଯୋଗ ଦେଲେ ।

 

ବିଜେଡ଼ିର ହାରିବା ନେଇ ବରିଷ୍ଠ ନେତା ଦେବାଶିଷ ନାୟକ ଏକ ଭିନ୍ନ ଧରଣର ମନ୍ତବ୍ୟ ଦେଇଛନ୍ତି । ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା ବୋଲି ସେ କହିଛନ୍ତି । ଦେବାଶିଷ କହିଥିଲେଯେ, ଯେଉଁସ୍ଥାନରେ ଶଙ୍ଖ ଭବନ ହୋଇଛି ସେଠାରେ ବିଜେଡ଼ିର ପାର୍ଟି ଅଫିସ୍‌ ଥିଲା । ଅପରିଷ୍କାର ହୋଇ ରହିଥିଲା । ଏହାର ରିନୋଭେସନ ପାଇଁ ସେ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ନବୀନ ବାବୁ କହିଥିଲେଯେ, କିଛି ଦରକାର ନାହିଁ । ଏ ଘରଟା ମୋ ପାଇଁ ଲକି । କିନ୍ତୁ ଯେଉଁଦିନ ସେହି ପାର୍ଟି ଅଫିସ୍‌ ଭଙ୍ଗା ହେଲା ସେଦିନ କିଛି ନା କିଛି ଘଟିବ ବୋଲି ମୁଁ ଭାବିଥିଲି । ଶଙ୍ଖ ଭବନରେ ଶହ ଶହ କୋଟି ଖର୍ଚ୍ଚ କରାଗଲା । ତାହା ଏବେ ବିଜେଡ଼ି ପାଇଁ ଅନଲକି ହୋଇଗଲା ବୋଲି ଦେବାଶିଷ କହିଛନ୍ତି ।

 

ଦିଲ୍ଲୀପ ରାୟ ଦଳ ଗଢ଼ିଥିଲେ । କିନ୍ତୁ ଦିଲ୍ଲୀପ କ’ଣ ଭୁଲ୍‌ କରିଥିଲେ ? ବରିଷ୍ଠ ନେତାଙ୍କୁ ନବୀନ ବାବୁ ବାହାର କରି ନିଜେ ଶାସନ କରିବାକୁ ଚାହିଁଥିଲେ । ସେ ଦୁଇଟି ବହି, ଚାଣକ୍ୟ ଓ ଔରଙ୍ଗଜେବ ବହି ପଢ଼ିକି ଶାସନ କରୁଥିଲେ । ନବୀନଙ୍କୁ ଭୁଲ ମନ୍ତ୍ରଣା ଦିଆଗଲା, ନବୀନଙ୍କୁ ସ୍ପଷ୍ଟୀକରଣ ଦେବାର କାହାକୁ ସୁଯୋଗ ମିଳିଲାନାହିଁ । ୨୦୦୯ ପର୍ଯ୍ୟନ୍ତ ନବୀନ ବାବୁ ବହୁତ ହସ ଖୁସି ମଜା କରୁଥିଲେ । ସେହିପରି ପାଣ୍ଡିଆନ୍‌ ଆଗରୁ ନେତାମାନଙ୍କୁ ସମ୍ମାନ ଦେଉଥିଲେ । ଠିଆହୋଇ ନମସ୍କାର କରୁଥିଲେ । କିନ୍ତୁ ପରେ ନବୀନବାବୁଙ୍କୁ ଟ୍ରାପ୍‌ କରି ଦିଆଗଲା । ଏକ ସୁବର୍ଣ୍ଣ ଇତିହାସକୁ କିଛି ଅଫିସରଙ୍କୁ ପାଖରେ ରଖି ସେ ଲିଭାଇ ଦେଇଛନ୍ତି । କଣ୍ଟାବାଞ୍ଜିରେ ହାରିବା ପାଇଁ ହିଁ ତାଙ୍କୁ ପଠାଯାଇଥିଲା । ନବୀନବାବୁଙ୍କ ହସ ଭିଡ଼ିଓ ବସ ଭିତରୁ କିଏ ଉଠାଇକି ଛାଡ଼ିଥିଲା ବୋଲି ସେ ପ୍ରଶ୍ନ କରିଥିଲେ ? ନବୀନଙ୍କୁ ଛୋଟ କରିବା ପାଇଁ ଉଦ୍ୟମ କରାଯାଉଥିଲା । ନବୀନଙ୍କ ସହ ଶ୍ରଦ୍ଧାର ଫଟୋକୁ କିଏ ଭାଇରାଲ୍‌ କରିଥିଲେ ? ଏନେଇ ଡିଏସ କୁଟ୍ଟେଙ୍କୁ ସେ ମେସେଜ୍‌ କରିଥିଲେ । ନବୀନଙ୍କ ସହ ସେ ଝିଅର ଫଟୋ ଇଟାଲୀରୁ କିଏ ପଠାଇଲା ? ନବୀନଙ୍କୁ ନ୍ୟୁନ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ସେ କହିଛନ୍ତି ।

 

ସେହିପରି ଯାଜପୁର ନେତା ବବି ଦାସ ସବୁଠୁ ଖରାପ । ନିଜ ମା’ଙ୍କୁ ବି ଜିତାଇ ପାରିଲେନି । ଯାଜପୁରର ନେତାମାନେ ଏବେ ଲୋକଙ୍କ ପାଖକୁ ଯାଇପାରୁନାହାନ୍ତି । ପାଣ୍ଡିଆନ୍‌ ଏଜେନ୍ସୀ ଓ ବବି ଏଜେନ୍ସୀ ଦଳଟାକୁ ବୁଡେ଼ଇ ଖାଇଗଲେ । ଟିକେଟ ବିକ୍ରି ହେବାର ବି ପ୍ରମାଣ ଅଛି । କଳ୍ପତରୁ ଦାସ କ’ଣ କରୁଥିଲେ ତାହା ସମସ୍ତେ ଜାଣିଛନ୍ତି ।

 

ଚଳିତ ନିର୍ବାଚନରେ ପୋଷ୍ଟରରୁ ବିଜୁବାବୁଙ୍କ ଫଟୋକୁ ଗାୟବ କରିଦେଲେ । ଯାଜପୁରର ନେତା ଆଉ ଜଣେ ଲୋକର ଫଟୋ ମରାଗଲା । ବିଜୁବାବଙ୍କ ଋଣକୁ ଓଡ଼ିଶାବାସୀ ନବୀନ ବାବୁଙ୍କୁ ଶୁଝାଇଥିଲେ । ଦିନଥିଲା ନବୀନବାବୁ ସବୁ କଥା ଟିକିନିଖି ଭାବେ ବୁଝୁଥିଲେ । କିନ୍ତୁ କେମିତି ଟ୍ରାପ୍‌ ହୋଇଗଲେ ତାହା ବୁଝିହେଲାନି ।

 

ପ୍ୟାରୀବାବୁ ଯେମିତି ଗ୍ରୁପ କରୁଥିଲେ, ପାଣ୍ଡିଆନ୍‌ ବି ସେମିତି ଗ୍ରୁପ୍‌ କରିଥିଲେ । ଗ୍ରୁପ୍‌ କରି ଦଳକୁ ହାଇଜାକ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଚଉକିକୁ ହାତେଇବା ପାଇଁ ଲକ୍ଷ୍ୟ ରଖିବାକୁ କେହି ଗ୍ରହଣ କରିପାରିବେ ନାହିଁ । ନବୀନ ନିବାସରେ ସିସିଟିଭି ଲାଗିଥିଲା, ମୋବାଇଲ୍‌ ଫୋନରେ କନେକ୍ଟ କରି ତାହାକୁ ଦେଖୁଥିଲେ । ନବୀନଙ୍କୁ ଏମିତି ଗୃହବନ୍ଦୀ କରିବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରିଲେ ନାହିଁ ।

 

ପ୍ୟାରୀବାବୁ ଯେଉଁଦିନ ମେଡ଼ିକାଲ ଯାଇ ଆଉ ଫେରିଲେନି, ସେ ଏୟାରପୋର୍ଟରେ ମୋତେ କହିଥିଲେ ଦଳର ୧୫୦ କୋଟି ଟଙ୍କା ଗୋଟେ ପିଲା ପାଖରେ ରହିଗଲା । ସିଏମଙ୍କୁ କହିଦେବେ, ସେଇଟା ମାଗି ନେଇଯିବେ । ମୁଁ ଯଦି ସବୁ ଖୋଲିବି, ତାହେଲେ ନିଅାଁ ଲାଗିଯିବ । ପ୍ୟାରୀବାବୁଙ୍କ ଘଟଣା ପରେ ଯଦି ନବୀନ ଚେତି ଯାଇଥା’ନ୍ତେ ତାହେଲେ ଆଜି ଏମିତି ସ୍ଥିତି ଦେଖିବାକୁ ମିଳିନଥା’ନ୍ତା । ପାଳିଆ ଧରି ମିଡ଼ିଆ ଆଗରେ ବସି ଯାଉଥିବା ନେତାଙ୍କୁ ଧରି ସେ ଦଳ ଚଳାଇଲେ । ନବୀନଙ୍କ ମୁକୁଟ, ପାଦ ତଳୁ ମାଟି ଯେଉଁ ନେତାମାନେ ନେଇଗଲେ ସେହି ନେତାଙ୍କୁ ନେଇ ସେ ଏବେବି ଦଳ ଚଳାଉଛନ୍ତି । ଆଗକୁ ଆହୁରି ବୁଡ଼ିବେ ବୋଲି ସେ କହିଛନ୍ତି ।

Related Posts

ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

Continue reading
ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ