ନବୀନଙ୍କୁ ଭେଟିଲେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ପ୍ରମୁଖ ନେତୃମଣ୍ଡଳୀ

ଭୁବନେଶ୍ୱର: ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ, ନୂଆପଡ଼ା ବ୍ଲକ, ଖରିଆର ରୋଡ୍ ଏନଏସି ଓ ନୂଆପଡ଼ା ମୁ୍ୟନିସିପାଲିଟିର ବିଜୁ ଜନତା ଦଳର ପ୍ରମୁଖ ନେତା ମାନେ ନବୀନ ନିବାସ ଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଗତ ଉପନିର୍ବାଚନର ଫଳାଫଳ ଉପରେ ଆଲୋଚନା କରିବା ସହିତ ଦଳୀୟ ସଂଗଠନ ଉପରେ ବିସ୍ତୃତ ଭାବେ ସଭାପତିଙ୍କ ସହିତ ଆଲୋଚନା କରିଥିଲେ । ନବୀନ ବାବୁ ସମସ୍ତଙ୍କୁ ପରାମର୍ଶ ଦେଇ କହିଥିଲେ, ଆଗାମୀ ଦିନରେ ଆପଣମାନେ ଏକାଠି ହୋଇ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ବିରୋଧୀ ଦଳ ଭାବେ ଲୋକଙ୍କ ସମସ୍ୟା ଓ ବିଶେଷ ଭାବେ କୃଷକ ମାନଙ୍କ ସମସ୍ୟାକୁ ନେଇ ଲଢ଼େଇ କରନ୍ତୁ ।

ଏହାପରେ ସମସ୍ତ ନେତୃମଣ୍ଡଳୀ ନୂଆପଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶ୍ରୀମତୀ ଛୁରିଆ କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ୯୧ଟି ବୁଥ୍ରେ ପ୍ରଶାସନ ସହଯୋଗରେ ଶାସକ ବିଜେପି ଦଳ ବୁଥ୍ ରିଗିଂ କରିଥିଲା ବେଳେ ୪୧ଟି ବୁଥ୍ରେ ୯୦ ପ୍ରତିଶତରୁ ଅଧିକ ଭୋଟ କିପରି ପଡ଼ିଲା ବୋଲି ପ୍ରଶ୍ନ କରିଥିଲେ । ବିଜେପିର ନୂଆପଡ଼ା ଉପନିର୍ବାଚନ ବିଜୟରେ ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ସମସ୍ତେ ସାମିଲ ଥିବା ଶ୍ରୀମତୀ ଛୁରିଆ ଅଭିଯୋଗ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅବନୀ ଯୋଶୀ, ମନୋଜ ମିଶ୍ର, ରାଜେଶ ନିଗମ, ଦୀପିକା ଦୀପ୍, ଭାନୁ ପ୍ରତାପ ସିଂ ମାଝୀ, ମୁରଲୀଧର ଭୋଇ, ଉମା ଠାକୁର, କ୍ଷମା ସିଂ ନିଆଲ, ଟିଟୁ ପଣ୍ଡା, ଚୁରଣ ସିଂ ମାଝୀ, ରାଜୁ ଚୌହ୍ୱାନ, କାର୍ତ୍ତିକ ଦୀପ୍, ହେମନ୍ତ କର, ବୁନୁ ଖମାରୀ, ଭବାନୀ ପାଣିଗ୍ରାହୀ, ଦେବୀ ରଞ୍ଜନ ଖମାରୀ, ଗଇନ୍ଦରାମ ସାହୁ, ହେମନ୍ତ କୁମ୍ଭାର, ରାଜକିଶୋର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    କଟିଛି ୯.୮ଲକ୍ଷ ଭୋଟରଙ୍କ ନାଁ, ଲିଷ୍ଟର ପୁନର୍ବିଚାର ପାଇଁ ଚିଠି ଲେଖିଲେ ସସ୍ମିତ ପାତ୍ର

    ଭୁବନେଶ୍ୱର,୨୧/୦୪/୨୦୨୬:ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ…

    Continue reading
    ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

    • ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ • ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର