ନାମାଙ୍କନ ଦାଖଲ ଆରମ୍ଭ, ଏସବୁ କଲେଜରେ ନିର୍ବାଚନ ବାତିଲ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ କଲେଜରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସକାଳ 10ଟାରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନୋମିନେସନ ଦାଖଲ କରିପାରିବେ । ଅପରାହ୍ନ 2ଟାରୁ 4ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ । ସନ୍ଧ୍ୟା 5ଟାରେ ବୈଧ ନାମ ପ୍ରକାଶିତ ହେବ । ଆଗାମୀ ଛାତ୍ର ସଂଘ ନିର୍ବାଚନ ପୂର୍ବରୁ କଲେଜ କ୍ୟାମ୍ପସ ଗୁଡ଼ିକରେ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି ।
ନାମାଙ୍କନ ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ (BJD)ର ଛାତ୍ର ଶାଖା ପ୍ରାର୍ଥୀଙ୍କ ତାଲିକା ଘୋଷଣା ନକରିବାକୁ ନିଷ୍ପତ୍ତି ନେଇଛି । ସେପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ଛାତ୍ର କଂଗ୍ରେସ ଅଳ୍ପ କିଛି କଲେଜରେ ପ୍ରାର୍ଥୀ ଘୋଷଣା କରିଛନ୍ତି ।

ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ, ରାଜ୍ୟର ଅନେକ କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କ ବାସଭବନ ଏବଂ କ୍ୟାମ୍ପସରେ ଥିବା ଏକ ହଷ୍ଟେଲ ନିକଟରେ ବୋମା ଆକ୍ରମଣ ପରେ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ସେହିପରି କୋରେଇ କାହ୍ନୁଚରଣ ମହାବିଦ୍ୟାଳୟ ଓ ମୁଗୁପାଳରେ ଅବସ୍ଥିତ ଶାରଦା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ୍‌ ହୋଇଛି । ସେପଟେ ଆଜି ନୋମିନେସ ଦାଖଲ ଥିବାରୁ ଜିଲ୍ଲାର ଅନ୍ୟ କଲେଜ ଗୁଡ଼ିକରେ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି ।
ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତାକାଲି (ଶନିବାର) ସକାଳ 10ଟାରୁ ଅପରାହ୍ନ 1ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ସମୟ ରହିଛି । ପରେ ଅପରାହ୍ନ 3ଟାରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ହେବ । 14 ଅକ୍ଟୋବରରେ “ମୁଁ କାହିଁକି ଠିଆ ହୋଇଛି (Why I Stand For)” ବୈଠକ ହେବ । 15 ଅକ୍ଟୋବରରେ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମତଦାନ ଚାଲିବ, ପରେ ଗଣନା ଆରମ୍ଭ ହେବ । 16 ଅକ୍ଟୋବରରେ ସକାଳ 11ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

  • Related Posts

    ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

    ଭଦ୍ରକ: ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍…

    Continue reading
    ଦେବରାୟ କଲେଜରେ ନିର୍ବାଚନୀ ହିଂସା

    ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ ପୂର୍ବରୁ ହିଂସା। ପୂର୍ବ ଶତ୍ରୁତାରୁ ଦେବରାୟ କଲେଜରେ ନିର୍ବାଚନୀ ହିଂସା ଉପୁଜିଛି । ଗୁରୁବାର ସନ୍ଧ୍ୟାରେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବ୍ୟାଟ ଓ ହକି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ