ପୁରୀରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ

ପୁରୀ: ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ମିଳିଛି ବିପୁଳ ଜନ ସମର୍ଥନ । ପୁରୀ ମହାନଗର ନିଗମ ଓ ପୁରୀ ସଦର ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ଶୃଙ୍ଖଳାର ସହ ସଫଳ ହୋଇଥିବା ଦାବି କରିଛି ଜିଲ୍ଲା କଂଗ୍ରେସ।

ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଏମ୍‌ଏମ୍‌ଡିଆର୍‌ ଆଇନ ପ୍ରତ୍ୟାହାର ଏବଂ ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିଲା।

ବନ୍ଦକୁ ବିଭିନ୍ନ ସଂଗଠନ ଓ ବର୍ଗରୁ ସମର୍ଥନ ମିଳିଥିଲା। ରାଜ୍ୟ ଅଟୋ ମହାସଂଘ ପକ୍ଷରୁ ଅଟୋ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ପୁରୀରେ ଘରୋଇ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ବନ୍ଦକୁ ସମର୍ଥନ କରିଥିଲେ। ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟରୁ ବିରତ ରହିବା ଯୋଗୁଁ ନ୍ୟାୟାଳୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା।

ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ପୁରୀ ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ଏଆଇସିସି ପୂର୍ବତନ ସଦସ୍ୟ ସୁଜିତ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ, ପୁଷ୍କର ମହାପାତ୍ର, ବୈଦ୍ୟନାଥ ପାଣି, ପୂର୍ବତନ ବ୍ରହ୍ମଗିରି ବ୍ଲକ ସଭାପତି ଆଇନଜୀବୀ ପ୍ରମୋଦ ପ୍ରଧାନ, ପ୍ରମୋଦ କୁମାର ପାଣ୍ଡି, କାଳୀ ପ୍ରସାଦ ନାୟକ, ପିସିସି ପୂର୍ବତନ ସମ୍ପାଦକ ବିଶ୍ୱନାଥ ଦାଶ, ସ୍ୱାଧୀନ କୁମାର ପଣ୍ଡା, କମ୍ୟୁନିଷ୍ଟ ପାର୍ଟି ନେତା ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ଇଣ୍ଡିଆ ବ୍ଲକର ଅନ୍ୟାନ୍ୟ ନେତା ପ୍ରଦୀପ ମହାନ୍ତି, ସ୍ମୃତି ରଞ୍ଜନ ପତି, ଜିବେଶ ଚନ୍ଦ୍ର ରଥ, ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ କଚେରୀ ଛକରେ ରାସ୍ତା ଅବରୋଧ କରି ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ।
ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତୃତ୍ୱଙ୍କ ତତ୍ତ୍ୱାବଧାନରେ ଶହ ଶହ କଂଗ୍ରେସ ଯୁବ କର୍ମୀ ପୁରୀ ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡ ସମେତ ବିଭିନ୍ନ ସରକାରୀ-ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ ଓ କଲେଜକୁ ଯାଇ ବନ୍ଦ ପାଳନରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ପୁରୀ ସହରର ବିଭିନ୍ନ ପ୍ରବେଶ ପଥରେ ମଧ୍ୟ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ପିକେଟିଂ କରାଯାଇଥିଲା। କଚେରୀ ଛକରେ ଜୋରଦାର ବିକ୍ଷୋଭ ପରେ ଶହ ଶହ କର୍ମୀ ପୁରୀ-୧ ଓ ପୁରୀ-୨ ଭାଗରେ ବିଭକ୍ତ ହୋଇ ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ।
ପୁରୀ-୨ ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଉପସଭାପତି ସୁକାନ୍ତ ପ୍ରଧାନ, ସ୍ୱାଧୀନ ପଣ୍ଡା, ଉପସଭାପତି ବିଶ୍ୱରଞ୍ଜନ ସାମନ୍ତରାୟ, ସାଧାରଣ ସମ୍ପାଦକ ଅଶ୍ୱିନୀ ବଳବନ୍ତରାୟ, ସମ୍ପାଦକ ଅମୀୟ ମହାପାତ୍ର, ଛାତ୍ର ନେତା ଆଶୁତୋଷ ମିଶ୍ର, ଅନୁସୂଚିତ ଜାତି ପୁରୀ ମହାନଗର ନିଗମ ସଭାପତି କୁଶ ସେଠୀ, ରିଶାନ ଦାସ ଓ ସାହିଲ ପ୍ରମୁଖ ନେତୃତ୍ୱ ନେଇଥିଲେ।
ସେହିପରି ପୁରୀ-୧ ଶୋଭାଯାତ୍ରାରେ କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ସାହୁ, ବରିଷ୍ଠ ନେତା ସୁଜିତ ମହାପାତ୍ର, ପୂର୍ବତନ ପିସିସି ସମ୍ପାଦକ ବିଶ୍ୱନାଥ ଦାଶ, ଟାଉନ ସଭାପତି ବିଶ୍ୱରଞ୍ଜନ ମହାପାତ୍ର ଓ ଛାତ୍ର ନେତା ଆଦର୍ଶ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।
ଶେଷରେ ଅଠରନଳା ଠାରେ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ଓ ନାରାବାଜି କରାଯାଇଥିଲା। ଏହାପରେ ଆଜିର ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରାଯାଇଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି।

  • Related Posts

    ନାମାଙ୍କନ ଦାଖଲ ଆରମ୍ଭ, ଏସବୁ କଲେଜରେ ନିର୍ବାଚନ ବାତିଲ

    ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ କଲେଜରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସକାଳ 10ଟାରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ ଭରିବେ। ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ସନ୍ଧ୍ୟା ୫ଟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ