ନିମ୍ନମାନର ତେଲ ଓ ଚିନି ସିରା:୧୪ କ୍ୱିଣ୍ଟାଲ ଖଜା ନଷ୍ଟ

ପୁରୀ : ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ପୁରୀ ଖଜା। ନିମ୍ନମାନର ତେଲ ଓ ୭ ଦିନର ଚିନି ସିରା ବ୍ୟବହାର କରାଯାଉଛି। ବାହାର ଚକଚକ୍ କରୁଥିବା ବେଳେ ଭିତରେ ଫିମ୍ପି ମାରିଗଲାଣି। ମଙ୍ଗଳବାର ୭ଟି ଖଜା ଭାଟିରେ ଚଢ଼ଉ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବିକ୍ରି ପାଇଁ ପ୍ରସ୍ତୁତ ହୋଇ ରହିଥିବା ଗୋଟିଏ ଟ୍ରାକ୍ଟର ଖଜା ନଷ୍ଟ କରାଯାଇଛି। ସେସବୁ ଖଜା ପ୍ରସ୍ତୁତ ହେଉଥିବା ଭାଟିଗୁଡ଼ିକୁ ସିଲ୍ କରାଯାଇଛି। ୨୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହାସହ ଖଜା ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ରିପୋର୍ଟ ମିଳିବା ପରେ ସେସବୁ ଖଜା ବ୍ୟବସାୟୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବ। ପୁଲିସ, ମହାନଗର ନିଗମ, ଖାଦ୍ୟ ଓ ଯୋଗାଣ ବିଭାଗ, ଖାଦ୍ୟ ନିରାପତ୍ତା ଅଧିକାରୀ ମିଳିତ ଭାବେ ଏହି ଚଢ଼ଉ କରିଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ନିକଟ କାଳିକାଦେବୀ ସାହିରେ ଥିବା ୫ଟି ଖଜା ପ୍ରସ୍ତୁତ କେନ୍ଦ୍ରରେ ଚଢ଼ଉ କରି ବହୁ ପରିମାଣର ଖଜା ଜବତ କରାଯାଇଛି। ସେହିପରି ବାସେଳୀସାହି ଓ ବଡ଼ପୋଖରୀରେ ଥିବା ଦୁଇଟି ଖଜା ଭାଟିରେ ଚଢ଼ଉ କରାଯାଇଥିଲା। ସିଟି ଡିଏସ୍‌ପି ରଶ୍ମିରଞ୍ଜନ ମହାପାତ୍ର, ପୌର ଏନ୍‌ଫୋର୍ସମେଣ୍ଟ ଅଫିସର୍ ସ୍ୱାଧୀନ ବିଶ୍ୱାଳ, ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ୱିନୀ ବେହେରା ଓ ବେଦଶ୍ରୀ ସାହୁ ପ୍ରମୁଖ ଚଢ଼ଉ କରିଥିଲେ। ପୁରୀ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରାୟ ୫୦ଟି ଖଜା ପ୍ରସ୍ତୁତ କେନ୍ଦ୍ର ରହିଛି। ୧୫ ଦିନ ମଧ୍ୟରେ ମାତ୍ର ୧୧ଟି ଖଜା ଭାଟିରେ ଚଢ଼ଉ କରାଯାଇଛି। ଏହା ସତ୍ତ୍ୱେ ଅପମିଶ୍ରିତ ଓ ନିମ୍ନମାନର ଖଜା ପ୍ରସ୍ତୁତି ଓ ବିକ୍ରି ଏପର୍ଯ୍ୟନ୍ତ ବନ୍ଦ ହୋଇପାରି ନାହିଁ। କେତେକ ଖଜା ବ୍ୟବସାୟୀ ଓଜନରେ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ପୁରୀ ଖଜା ନିନ୍ଦିତ ହେଉଛି। ଠକାମିରେ ପଡ଼ୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏଠାରୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ବାହାରେ ପ୍ରସ୍ତୁତ ହେଉଥିବା ନିମ୍ନମାନର ଖଜାକୁ ଶ୍ରୀଜଗନ୍ନାଥଙ୍କ ଭୋଗ ବୋଲି କହି କେତେକ ଖଜା ବ୍ୟବସାୟୀ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି।

  • Related Posts

    ବେକ କାଟି ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

    ବ୍ରହ୍ମପୁର: ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ବ୍ରହ୍ମପୁର ସହର। ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କ ବେକ କାଟି ହତ୍ୟା କରାଯାଇଛି। ଘଟଣାରେ ତାଙ୍କ ବନ୍ଧୁ ବିଟୁ ସାହୁଙ୍କୁ ପୁଲିସ ଅଟକ ରଖି…

    Continue reading
    ନୀଳଗିରିରେ ଅଜଣା ବସ୍ତୁକୁ ନେଇ ଆତଙ୍କ

    ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଜଣା ବସ୍ତୁକୁ ନେଇ ଆତଙ୍କ । ନରଣପୁର ପଞ୍ଚାୟତ ଗେନ୍ଦରାସାହି ନିକଟସ୍ଥ ଏକ ଶାଳ ଗଛରେ ଅଜଣା ବସ୍ତୁ ଝୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏକ ପ୍ଲାଷ୍ଟିକ୍ ଡବା ଆକାରର ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ