ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ:ଭାରତୀୟ ମହିଳା ଦଳ ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଦିନିକିଆ ସିରିଜ ପ୍ରଥମ ମ୍ୟାଚ୍‌ରେ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ କବଜା କରିଥିଲା। ନିର୍ଣ୍ଣାୟକ ଦିନିକିଆକୁ ଭାରତୀୟ ମହିଳା ଦଳ ୬ ୱିକେଟରେ ଜିତି ନେଇଛନ୍ତି। ଶେଷ ଦିନିକିଆରେ ଓପନର ସ୍ମୃତି ମନ୍ଧାନା ରେକର୍ଡ ଶତକ ହାସଲ କରିଥିବା ବେଳେ ଅଧିନାୟକ ହରମନପ୍ରୀତ କୌର ଅପରାଜିତ ୫୯ ରନର ଇନିଂସ ଖେଳିଛନ୍ତି। ଏହି ଦୁହିଁଙ୍କ ବ୍ୟତୀତ ୟାସ୍ତିକା ଭାଟିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୩୫ ଓ ଜେମିମା ରୋଡ୍ରିଗ୍ସ ୨୨ ରନ କରିଛନ୍ତି। ବ୍ୟାଟରଙ୍କ ଦମରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୩୩ ରନର ଟାର୍ଗେଟକୁ ୩୪ ବଲ ପୂର୍ବରୁ ଜିତି ନେଇଛି। ଦଳକୁ ୩୫ ବଲରେ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ କୌର ଚୌକା ମାରି ବିଜୟ ଭେଟି ଦେଇଛନ୍ତି।

ତେବେ ରେକର୍ଡ ଶତକ ହାସଲ କରିଥିବା ସ୍ମୃତି ମନ୍ଧାନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେହିପରି ୩ଟି ମ୍ୟାଚ୍‌ରେ ୫୬ ରନ କରିବା ସହ ୬ ୱିକେଟ ନେଇଥିବା ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ ଦି ସିରିଜ ମିଳିଛି। ମନ୍ଧାନା ଆଜି ତାଙ୍କ ଦିନିକିଆ କ୍ୟାରିୟରର ୮ମ ଶତକ ହାସଲ କରିଛନ୍ତି। ଏହି ଶତକ ପରେ ସେ କିମ୍ବଦନ୍ତୀ କ୍ରିକେଟର ମିତାଲି ରାଜଙ୍କୁ ପଛରେ ପକାଇ ଦେଇଛନ୍ତି। ମିତାଲି ରାଜ ମହିଳା ଦିନିକିଆରେ ଭାରତ ପାଇଁ ସର୍ବାଧିକ ଶତକ(୭) ହାସଲ କରିଥିଲେ। ହେଲେ ମନ୍ଧାନା ୮ଟି ଶତକ ସହ ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ଜିତି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ବ୍ରୁକ ହାଲ୍ଲିଡେଙ୍କ ୮୬, ଜର୍ଜିଆ ପ୍ଲିମେରଙ୍କ ୩୯ ଓ ଇସାବେଲ ଗାଜଙ୍କ ୨୫ ରନ ବଳରେ ୪୯.୫ ବଲରେ ସମସ୍ତ ୱିକେଟ ହରାଇ ୨୩୨ ରନ କରିଥିଲା।

ଭାରତ ପାଇଁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ପ୍ରିୟା ମିଶ୍ରାଙ୍କ ଖାତାକୁ ୨ଟି, ସାଇମା ଠାକୁର ଓ ରେଣୁକା ସିଂହ ଠାକୁର ଗୋଟିଏ ଲେଖାଏ ସଫଳତା ପାଇଥିଲେ। ବାକି ୱିକେଟ ରନ ଆଉଟରୁ ମିଳିଥିଲା।

୨୩୩ ରନର ପିଛା କରୁଥିବା ଭାରତ ୧୬ ରନରେ ଶେଫାଳି ବର୍ମା(୧୨)ଙ୍କୁ ହରାଇଥିଲା। ଏହାପରେ ମନ୍ଧାନା ଓ ୟାସ୍ତିକା ସ୍ଥିତି ସମ୍ଭାଳିଥିଲେ। ୟାସ୍ତିକା ୩୫ ରନର ଆଉଟ ହେବାରେ କୌର ଓ ମନ୍ଧାନା ଦଳୀୟ ସ୍କୋରକୁ ୨୦୦ ପାର କରାଇ ଦେଇଥିଲେ। ଦଳର ସ୍କୋର ୨୦୯ ରନ ଥିବା ବେଳେ ମନ୍ଧାନା ୧୨୨ ବଲରେ ୧୦୦ ରନ କରି ଆଉଟ ହୋଇଥିଲେ।

ବାକି କାମ କୌର ଓ ଜେମିମା ଶେଷ କରିବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଦଳକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ଜେମିମା(୨୨) ଆଉଟ ହୋଇଯାଇଥିଲେ। ହେଲେ କୌର ଶେଷ ଯାଏ ଅପରାଜିତ ରହି ଭାରତକୁ ୬ ୱିକେଟରେ ବିଜୟ ଭେଟି ଦେଇଥିଲେ।

  • Related Posts

    HRPC କରିବ ପୁଲିସ ହେପାଜତରେ ମୃତ୍ୟୁ ଓ ଥାର୍ଡ ଡିଗ୍ରୀର ୪ଟି ମାମଲାର ତଦନ୍ତ

    ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିବାଦରେ ଥିବା ପୁଲିସ ଏବେ ହାଜତରେ ଥାର୍ଡ ଡିଗ୍ରୀ ଓ ମୃତ୍ୟୁ ମାମଲାକୁ ନେଇ ପୁଣିଥରେ ବିବାଦୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ପୁଲିସ ଡିଜି ୱାଇବି ଖୁରାନିଆ ଆଜି ହାଜତ…

    Continue reading
    ହେବନାହିଁ ଆର୍‌ସିବିର ବିଜୟ ଶୋଭାଯାତ୍ରା

    ନୂଆଦିଲ୍ଲୀ : ଆଇପିଏଲ-୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଦଳ କ୍ରମାଗତ ଦୁଇଥର ଆଇପିଏଲ ଚମ୍ପିଆନ ହେବା ପରେ ​‌େବଙ୍ଗାଲୁରୁ ସମେତ ସମଗ୍ର କର୍ଣ୍ଣାଟକରେ ଖୁସିର ଲହରି ଖେଳିଯାଇଛି। ରବିବାର ରାତିରେ ଫାଇନାଲରେ ଆରସିବି ଗୁଜରାଟକୁ ପରାସ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ