ନୟାଗଡ଼ ଜିଲ୍ଲାରେ 4 କଲେଜରେ ସାଇନ ଡାଏ ଘୋଷଣା

ନୟାଗଡ଼: ଛାତ୍ର ସଂସଦ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ବେଳେ ବିଜେପି ସମର୍ଥିତ ଅଣ-ନେତାମାନେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଗେଟ ଭାଙ୍ଗି କଲେଜ ଭିତରେ ପଶି ଗୁଣ୍ଡାରାଜ କରିଥିବା ବିଜେଡି ଅଭିଯୋଗ ଆଣିଛି । ଉତ୍ତେଜନା ପାଇଁ କଲେଜ ନିର୍ବାଚନକୁ ବାତିଲ କରି ଅନିର୍ଦ୍ଦିଷ୍ଟ ସମୟ ପାଇଁ ସାଇନ ଡାଏ ଘୋଷଣା କରିଛନ୍ତି କଲେଜ ଅଧ୍ୟକ୍ଷ । ଏହାକୁ ବିରୋଧ କରିଛି ବିଜୁ ଛାତ୍ର ଜନତା ଦଳ । ମହିଳା ମହାବିଦ୍ୟାଳୟ ଭିତରକୁ ପୁରୁଷ ଗଲେ କେମିତି? କହି ପୋଲିସକୁ ଜବାବ ମାଗିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, “ଯେଉଁଠାରେ ଭାରତୀୟ ଜନତା ପାର୍ଟିର ପିଲାମାନେ ନୋମିନେସନ ଦାଖଲ କରିପାରିଲେ ନାହିଁ କିମ୍ବା ସେମାନଙ୍କ ସଂଖ୍ୟା ନାହିଁ, ସେଠାରେ ସେମାନେ ନିର୍ବାଚନ ବାତିଲ କରିଛନ୍ତି । ଲାଠିପଡା ମଡେଲ ଡିଗ୍ରୀ କଲେଜରେ ଶାନ୍ତିଶୃଙ୍ଖଳାର ସହ ପ୍ରାର୍ଥୀପତ୍ର ଦାଖଲ ହେଲା ତଥାପି ସେଠାରେ ନିର୍ବାଚନ ବାତିଲ କରାଯାଇଛି । ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ବିଜେପି ସମର୍ଥିତ ପ୍ରାର୍ଥୀମାନେ ସମୟ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିଲେ ନାହିଁ । ପରେ BJP ସମର୍ଥିତ ଅଣଛାତ୍ରମାନେ ପୋଲିସର ଉଚ୍ଚପଦସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଗେଟ୍‌ ଭାଙ୍ଗି କଲେଜ ଭିତରେ ପସି ଝିଅମାନଙ୍କୁ ଗାଳିଗୁଲଜ କରିଛନ୍ତି । ସନ୍ଧ୍ୟାରେ କଲେଜ ଅଧ୍ୟକ୍ଷ ନିର୍ବାଚନକୁ ବାଲିତ ଘୋଷଣା କରିଛନ୍ତି । ଭାରତୀୟ ଜନତା ପାର୍ଟିର ଭୋଟ ଚୋରି, ଗଣତନ୍ତ୍ର ଚୋରି ଦିବା ଲୋକରେ ସ୍ପଷ୍ଟ ହୋଇଗଲା । ପୋଲିସ ଉପସ୍ଥିତିରେ ସବୁ ହେଉଛି । ପୋଲିସମାନେ ସରକାରଙ୍କ ଚାପରେ ଏତେ ଚେପା ହୋଇଯାଇଛନ୍ତି ଯେ, ସେମାନଙ୍କ ସ୍ବାଧୀନତା ଓ କାର୍ଯ୍ୟପ୍ରଣାଳୀ ପରିବର୍ତ୍ତନ ହୋଇଯାଇଛି ।”

କଲେଜ ଗେଟ ଭାଙ୍ଗି ଭିତରେ ପଶି ଗୁଣ୍ଡାରାଜ କରିଥିବା ଅଣଛାତ୍ରମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛି ବିଜେଡି ଏବଂ କଂଗ୍ରେସ । କଲେଜ ଗେଟ ଆଗରେ ନ୍ୟାୟ ପାଇଁ ପ୍ରତିବାଦ କରୁଥିବା ବିଜେଡି ଛାତ୍ର ନେତା ଏବଂ କର୍ମୀଙ୍କୁ ପୋଲିସ ଠେଲାପେଲା କରି ଘଉଡାଇବାରୁ ଏହାକୁ ବିରୋଧ କରିଥିଲେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ । ସ୍ଥିତି ଏପରି ହୋଇଥିଲା ଘଟଣାସ୍ଥଳରେ ପୋଲିସ ସହ ବିଧାୟକ ଓ ତାଙ୍କ କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ସହ ପରିସ୍ଥିତି ହତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା । ଟାଉନ ଥାନା ଆଇଆଇସି ଏବଂ SDP0ଙ୍କୁ ପ୍ରଶ୍ନ କରି ଜବାବ ମାଗିଥିଲେ ବିଧାୟକ ଅରୁଣ କୁମାର ସାହୁ । ପୋଲିସ ଉପସ୍ଥିତି ଯେଉଁ ଦଳର ଅଣଛାତ୍ରମାନେ କଲେଜ ଗେଟ ଭାଙ୍ଗି ଭିତରେ ପଶି ଗୁଣ୍ଡାରାଜ କରିଥିଲେ ସେମାନଙ୍କୁ କାହିଁକି ଗିରଫ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।
ସ୍ଥାନୀୟ ବିଧାୟକଙ୍କ ଚାପରେ କଲେଜ ଅଧ୍ୟକ୍ଷ ବିଜୁ ଛାତ୍ର ଜନତା ଦଳ ନେତାଙ୍କୁ ନାମାଙ୍କନ ପତ୍ର ଦାଖଲ ସମୟସୀମା ପରେ ମଧ୍ୟ ସୁଯୋଗ ଦେଇଥିବା ABVP ଛାତ୍ରଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । ABVPର ସଭାପତି ଏବଂ ଉପସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ କାହିଁକି ଅନୁମତି ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି । ଏହାକୁ ବିରୋଧ କରି ABVP ଏବଂ BJP ଯୁବ ମୋର୍ଚ୍ଚା ପକ୍ଷରୁ କଲେଜ ଭିତରେ ଏବଂ ଗେଟ ବାହାରେ ପ୍ରତିବାଦ ଏବଂ ଧାରଣା ଦିଆଯାଇଥିଲା । ନିର୍ବାଚନ ବାତିଲ ପାଇଁ ଦାବି କରାଯାଇଥିଲା । ସ୍ଥିତି ଏପରି ହୋଇଥିଲା ତିନି ଦଳ ପକ୍ଷରୁ କଲେଜ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ଏବଂ ଧାରଣା ଦିଆଯାଇଥିଲା । ଘଟଣାଳରେ ସ୍ଥାନୀୟ ତହସିଲଦାର ଏବଂ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ଗେଟ ବାହାରକୁ ଆସି ସାଇନ ଡାଏ ଘୋଷଣା କରିଥିଲେ । ଏହାକୁ ନେଇ ତିନି ଦଳର ଛାତ୍ର ନେତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା ।
ସେପଟେ ବିଭିନ୍ନ କଲେଜରେ ଉତ୍ତେଜନା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ରକ୍ଷା କରିବା ଜିଲ୍ଲାର ନୟାଗଡ଼ରେ 4ଟି କଲେଜରେ ସାଇନ ଡାଏ ଘୋଷଣା କରାଯାଇଥିବା ସୂଚନା ଦିଆଯାଇଛି । ସେଗୁଡିକ ହେଲା ନୟାଗଡ଼ ବ୍ଲକର ଲାଠିପଡା ମଡେଲ ଡିଗ୍ରୀ କଲେଜ । ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଖଣ୍ଡପଡା ପଠାଣି ସାମନ୍ତ ଡିଗ୍ରୀ କଲେଜ, ଭାପୁର ବାଲୁଙ୍କେଶ୍ବର ଦେଵ ଆଞ୍ଚଳିକ ଡିଗ୍ରୀ କଲେଜ । ସାଇନ ଡାଏ ହୋଇଥିବା କଲେଜକୁ ଛାଡି ଦେଲେ ଜିଲ୍ଲାର 7ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେଗୁଡ଼ିକରେ ଶାନ୍ତି ଶୁଙ୍ଖଳାରେ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି ।
ଛାତ୍ର ସଂସଦ ନିର୍ବାଚନ ନକରିବା ପାଇଁ ବିନା କାରଣରେ ବିଭିନ୍ନ କଲେଜକୁ ସାଇନ ଡାଏ ଘୋଷଣା କରାଯାଇଥିବାରୁ ଏହାକୁ ବିରୋଧ କରିଛି ବିଜେଡି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କର ନିଜ କଲେଜ ଉପରେ ଅସନ୍ତୋଷ ବଢିବାରୁ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ଯେଉଁଥିରେ ବିଜେଡି ଏବଂ କଂଗ୍ରେସକୁ ଗୋଟିଏ ଜାଗାରେ ଦେଖିବାକୁ ମିଳିଥିଲା ।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ