ପଛରେ ତେଜସ୍ୱୀଙ୍କ ମହାମେଣ୍ଟ

ପାଟନା; ବିହାର ବାଜି କିଏ ଜିତିବ ? ସମୟ ଗଡୁଛି ଉତ୍କଣ୍ଠା ବଢୁଛି । ଇଭିଏମ୍‌ରୁ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲୁଛି । ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ । ବମ୍ପର ଗତିରେ ଆଗକୁ ବଢୁଛି ଏନଡିଏ । ଏକଜିଟ୍ ପୋଲ ଆକଳନ ଏକଜାଟ୍ ହେବାକୁ ଯାଉଛି । ମ୍ୟାଜିକ୍ ନମ୍ବର ୧୨୨ ପାର୍ କରି ଅନେକ ଆସନରେ ଟ୍ରେଣ୍ଡ କରୁଛି ଏନ୍‌ଡିଏ । ଏନଡିଏ ୧୯୦ ଆସନରେ ଆଗୁରେ ଚାଲିଛି । କ୍ଲାନ ସୁଇପ୍ କରିବା ପଥରେ ଆଗଉଛି ଏନଡିଏ । ବହୁ ପଛରେ ପଡିଛି ତେଜସ୍ୱୀଙ୍କ ମହାଗଠବନ୍ଧନ । ତେଜପ୍ରତାପଙ୍କ ତେଜ ଦେଖିବାକୁ ମିଳୁନାହିଁ । ମହାମେଣ୍ଟ ୫୦ ଆସନରେ ଆଗରେ ରହିଛି । ସେହିପରି ପ୍ରଶାନ୍ତ କିଶୋରଙ୍କ ଜନ ସୁରଜ ପାର୍ଟି ୨ଟି ଆସନରେ ଲିଡ୍ କରୁଛି ।​​​​​​​

​​​​​​​ବିହାରରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଏମ୍‌ଜିବି ପୂରା ନିରାଶ । ମହାମେଣ୍ଟର ନୈରାଶ୍ୟଜନକ ଅବସ୍ଥା ଦେଖିବାକୁ ମିଳିଛି । ଏନଡିଏ ୧୯୦ ଆସନ ଯାହା ମ୍ୟାଜିକ ନମ୍ବର ୧୨୨ଠୁ ଢେର ଆଗରେ ଥିବା ବେଳେ ମହାମେଣ୍ଟ ୫୦ ଆସନରେ ଲିଡ୍ କରୁଛି । ଏହି ଟ୍ରେଣ୍ଡ ଦେଖି ଲାଗୁଛି କଂଗ୍ରେସ ଇସିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଏମିତି ଲାଗୁଛି କି, ପ୍ରତିଯୋଗିତା ନିର୍ବାଚନ ଆୟୋଗ ଓ ବିହାର ଜନତାଙ୍କ ମଧ୍ୟରେ ହେଉଛି । ଲାଗୁଛି ଜ୍ଞାନେଶ କୁମାର ସଫଳ ହେଉଛନ୍ତି ।

ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନର ଫଳାଫଳ ଆଜି ଘୋଷଣା ହେବ। ଭୋଟ୍ ଗଣତି ଜାରି ରହିଚନ୍ତି । ଏନ୍‌ଡିଏ ଏବଂ ବିରୋଧୀ ମହାଗଠବନ୍ଧନ ମଧ୍ୟରେ ବିଗ୍ ଫାଇଟ୍ ଚାଲିଛି । ଏହି ସମୟରେ, ଜନସୁରାଜ ମଧ୍ୟ ନିଜର ଦୃଢ଼ ଉପସ୍ଥିତି ଦାବି କରୁଛନ୍ତି । ବହୁମତ ପାଇଁ ଯେକୌଣସି ଦଳ କିମ୍ବା ମେଣ୍ଟକୁ ୧୨୨ ଆସନ ହାସଲ କରିବାକୁ ପଡିବ । ଏନଡିଏ ଏବଂ ମହାଗଠବନ୍ଧନ ଉଭୟ ବିଜୟ ଦାବି କରୁଛନ୍ତି । ରେକର୍ଡ ଭୋଟିଂ ହୋଇଥିବାରୁ ସେମାନଙ୍କର ଦାବି ଭିନ୍ନ ରହିଛି । NDA ଏହାକୁ ସୁଶାସନର ସମର୍ଥନରେ ଏକ ଜନାଦେଶ ବୋଲି କହୁଥିବା ବେଳେ, ବିରୋଧୀ ଏହାକୁ ପରିବର୍ତ୍ତନ ପାଇଁ ଜନସାଧାରଣଙ୍କ ଇଚ୍ଛାର ଏକ ସଙ୍କେତ ଭାବରେ ଦେଖୁଛି । ଆଉ ଅଳ୍ପ ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ ଯେ ଜନସାଧାରଣ ରାଜ୍ୟର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାରଙ୍କୁ ଦ୍ୱିତୀୟ ସୁଯୋଗ ଦେବେ ନା ପରିବର୍ତ୍ତନର ପଥ ବାଛିବେ ।

  • Related Posts

    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading
    ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ:କୋର୍ଟ

    ତିରୁଅନନ୍ତପୁରମ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ