ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତିର ଗତିକୁ ନେଇ ଉଠିଛି ପ୍ରଶ୍ନ

ଭୁବନେଶ୍ବର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତିର ଗତିକୁ ନେଇ ପ୍ରଶ୍ନ ଉଠିଛି । ଶାସକ ଦଳ ବର୍ତ୍ତମାନ ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ ଚାହୁଁଛି କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି । କାରଣ ବାଲାଟ ପେପର ଛପା ପାଇଁ ଆବଶ୍ୟକ ୱାଟରମାର୍କ କାଗଜ କ୍ରୟ ପାଇଁ ପାଣ୍ଠି ବରାଦ ମାଗି ରାଜ୍ୟ ମୁଦ୍ରଣ, ଲେଖନ ସାମଗ୍ରୀ ଓ ପ୍ରକାଶନ ନିର୍ଦ୍ଦେଶାଳୟ ମାସକ ମଧ୍ୟରେ ଦୁଇଥର ରାଜ୍ୟ ନିର୍ବାଚନ କମିଶନକୁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ମତି ମିଳିନାହିଁ । ଫଳରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇପାରୁନଥିବା ସରକାରୀ ପତ୍ରରୁ ସ୍ପଷ୍ଟ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ, ମୁଦ୍ରଣ ନିର୍ଦ୍ଦେଶାଳୟ ପ୍ରଥମେ ୧୦ ଜୁନ ୨୦୨୬ରେ ରାଜ୍ୟ ନିର୍ବାଚନ କମିଶନକୁ ଚିଠି ଲେଖି ୱାଟରମାର୍କ କାଗଜ କ୍ରୟ ପାଇଁ ଆବଶ୍ୟକ ପାଣ୍ଠି ବରାଦ ନିମନ୍ତେ ସମ୍ମତି ଲୋଡ଼ିଥିଲା । ଏଥିରେ କୁହାଯାଇଥିଲା ଯେ, ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପ୍ରକାରର ବାଲାଟ ପେପର ମୁଦ୍ରଣ ପାଇଁ ୱାଟରମାର୍କ କାଗଜ ଟେଣ୍ଡର ମାଧ୍ୟମରେ କ୍ରୟ କରାଯିବ । ତେଣୁ ତୁରନ୍ତ ପାଣ୍ଠି ବରାଦ ପାଇଁ ସମ୍ମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା ।

ତେବେ ପ୍ରାୟ ତିନି ସପ୍ତାହ ପରେ ମଧ୍ୟ ସମ୍ମତି ନମିଳିବାରୁ ୨ ଜୁଲାଇ ୨୦୨୬ରେ ଓଡ଼ିଶା ମୁଦ୍ରଣ, ଷ୍ଟେସନାରୀ ଏବଂ ପ୍ରକାଶନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ପୁଣି ଏକ ସ୍ମାରକ ପତ୍ର ଲେଖିଛନ୍ତି । ସେଥିରେ ଦର୍ଶାଯାଇଛି ଯେ, ପାଣ୍ଠି ବରାଦ ସମ୍ମତି ମିଳିଲେ ହିଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ସମୟ ମଧ୍ୟରେ ବାଲାଟ ପେପର ପ୍ରସ୍ତୁତି ସମ୍ପର୍ଣ୍ଣ କରିବା ପାଇଁ ଶୀଘ୍ର ଅନୁମୋଦନ ଦେବାକୁ ପୁଣି ଅନୁରୋଧ କରାଯାଇଛି ।

ପତ୍ରରେ ଆହୁରି ଉଲ୍ଲେଖ ରହିଛି ଯେ, ବାଲାଟ ପେପର ପାଇଁ ୧୮୧ ମେଟ୍ରିକ ଟନ ୱାଟରମାର୍କ କାଗଜ ଆବଶ୍ୟକ ରହିଛି । ୱାର୍ଡ ସଦସ୍ୟ, ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟଙ୍କ ବାଲାଟ ପେପର ପାଇଁ ପ୍ରାୟ ୮୭ ମେଟ୍ରିକ ଟନ ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କ ବାଲାଟ ପେପର ପାଇଁ ପ୍ରାୟ ୯୪ ମେଟ୍ରିକ ଟନ ୱାଟରମାର୍କ କାଗଜ ଆବଶ୍ୟକ ହେବ । ଚାରି ପ୍ରକାର ରଙ୍ଗର ବାଲାଟ ପେପର ମୁଦ୍ରଣ ପାଇଁ ଏହି କାଗଜ ଟେଣ୍ଡର ଜରିଆରେ କ୍ରୟ କରାଯିବ । ଟେଣ୍ଡର ଚୂଡ଼ାନ୍ତ ହେବା ପରେ ପ୍ରକୃତ କ୍ରୟ ବ୍ୟୟ ନିର୍ଦ୍ଧାରଣ ହେବ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ।ଲଗାତାର ଦୁଇଟି ସରକାରୀ ପତ୍ର ସତ୍ତ୍ୱେ ପାଣ୍ଠି ବରାଦ ନେଇ ସମ୍ମତି ମିଳିନଥିବାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତିର ଗତି ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ବିଳମ୍ବର କାରଣ ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ