
ସୁନ୍ଦରଗଡ: ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ହୋଇପାରୁନି ଶବ ବ୍ୟବଚ୍ଛେଦ। ୪୮ ଘଣ୍ଟା ହେବ ହସ୍ପିଟାଲରେ ପଡ଼ିରହିଛି ନାବାଳକର ମୃତଦେହ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଯୋଡା ହସ୍ପିଟାଲରେ ପଡି ରହିଛି ମୃତଦେହ। ମାଲଦା ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଦୁର୍ଘଟଣା ଘଟିଥିଲା। ମାଟି ଅତଡ଼ା ଖସିବାରୁ ନାବାଳକ ଶ୍ରମିକର ମୃତ୍ୟୁ ହୋଇଥିଲା।
ଗତକାଲି ବ୍ୟବଚ୍ଛେଦ ପାଇଁ ମୃତଦେହ ବଡ଼ବିଲ୍ ନେଇଥିଲେ ପରିବାର ଲୋକେ। ଆନ୍ଦୋଳନ ପାଇଁ ଫେରାଇ ଦେଇଥିଲେ ଡାକ୍ତର । ବ୍ୟବଚ୍ଛେଦ ନହୋଇ ପାରିବାରୁ ପୁଣି ଥରେ ଯୋଡ଼ା ଟିସ୍କୋ ହସ୍ପିଟାଲ୍ ଶବ ଗୃହକୁ ଫେରାଇ ଆଣିଥିଲେ ମୃତଦେହ। ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଶବ ବ୍ୟବଚ୍ଛେଦରେ ବିଳମ୍ବ ଦେଖିବାକୁ ମିଳିଛି।




