
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କ ପରଲୋକ । ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲଲୋକ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅତୀତରେ ସେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷଭାବେ କାର୍ଯ୍ୟ କରୁଥିଲେ । ସେ ଏକାଧାରରେ ଥିଲେ ଜଣେ କବି, ନେତା, ସ୍ତମ୍ଭକାର ଓ ସମାଜସେବୀ । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ହୋଇ ସେ ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିଥିଲେ। ଏବେ ପୁଣି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ଆଜି ଶଙ୍କରଙ୍କ ଦେହାନ୍ତ ହୋଇଥିବା ନେଇ ତାଙ୍କ ଝିଅ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ଖବର ପରେ ସାହିତ୍ୟିକ, ରାଜନେତା ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।



