ପଶ୍ଚିମବଙ୍ଗ: ବିଜେପି-୧୮୯, ଟିଏମସି-୧୦୦, ଅନ୍ୟ-୪

ଦୀର୍ଘ ୧୫ ବର୍ଷ ପରେ ବେଙ୍ଗଲରେ ରାଜନୀତିକ ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ବେଙ୍ଗଲରେ ଇତିହାସ ରଚିବାର ଅତି ନିକଟରେ ପହଞ୍ଚି ଯାଇଛି ବିଜେପି। ରାଜ୍ୟରେ ଭୋଟିଂ ହୋଇଥିବା ୨୯୩ଟି ଆସନରୁ ବିଜେପି ପ୍ରାୟ ୧୮୯ଟି ଆସନ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି।

ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୭। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ୧୮୯ଟି ଆସନରେ ଲିଡ କରୁଛି। ସେହିପରି ମମତା ବାନାର୍ଜୀଙ୍କ ଟିଏମସି ୧୦୦ ଆସନରେ ଆଗରେ ରହିଛି। କଂଗ୍ରେସ କୌଣସି ଆସରେ ନିଜର ପ୍ରଭାବ ଦେଖାଇ ପାରିନାହିଁ।

୨୦୨୧ରେ ଟିଏମସି ବେଙ୍ଗଲରେ ୨୧୫ଟି ଆସନ ଜିତିଥିଲା। ବିଜେପି ୭୭ଟି ଆସନ ପାଇଥିଲା। ପ୍ରଥମଥର ପାଇଁ ବିଧାନସଭାରେ ବିଜେପି ବିରୋଧୀ ଦଳର ମାନ୍ୟତା ପାଇଥିଲା।

୫ ବର୍ଷ ପରେ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାର ସମ୍ଭବନା ସୃଷ୍ଟି କରିଛି। ୨୦୨୧ରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ନନ୍ଦିଗ୍ରାମରେ ମମତା ବାନାର୍ଜୀ ହାରିଥିଲେ।

ଏହାପରେ ଭବାନୀପୁର ଉପ ନିର୍ବାଚନରେ ମମତା ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୬ରେ ଶୁଭେନ୍ଦୁ ନନ୍ଦିଗ୍ରାମ ସହ ମମତାଙ୍କ ଗଡ଼ ଭବାନୀପୁରରେ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ପ୍ରାରମ୍ଭିକ ପର୍ୟ୍ୟାୟରେ ଉଭୟ ନନ୍ଦିଗ୍ରାମ ଓ ଭବାନୀପୁରରେ ଶୁଭେନ୍ଦୁ ଲିଡ କରୁଥିଲେ। ହେଲେ ଏବେ ଭବାନୀପୁରରେ ମମତା ଲିଡ ହାସଲ କରି ନେଇଛନ୍ତି। ମମତା ଲିଡ ହାସଲ କରିଥିଲେ ହେଁ ତାଙ୍କ ଦଳ ଟିଏମସି ୧୦୦ ତଳକୁ ଖସି ଯାଇଛି।

  • Related Posts

    ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

    ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ…

    Continue reading
    ପଶ୍ଚିମବଙ୍ଗ:ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବଡ଼ ପରିବର୍ତ୍ତନ । ହଟିବେ ‘ଦିଦି’ ଫୁଟିବ ପଦ୍ମ ! ପଶ୍ଚିମବଙ୍ଗରେ ବିଜେପିର ବମ୍ ବମ୍ । ମମତା ବନାର୍ଜୀଙ୍କ ଗଡ଼ରେ ବିଜେପିର ଦମଦାର ପ୍ରଦର୍ଶନ । ବଙ୍ଗରେ ଲିଡ୍ କରୁଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ