ବଲାଙ୍ଗୀର/ପାଟଣାଗଡ଼,13/10: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଭଇଁଷା ଗ୍ରାମରେ ପୁରୁଣା ଡାକ୍ତରଖାନାର ପରିତ୍ୟକ୍ତ ଶୌଚାଳୟ କୋଠରିରୁ ୩ଟି କଙ୍କାଳ ଠାବ ହୋଇଛି। ଶୌଚାଳୟର ଭିନ୍ନଭିନ୍ନ କୋଠରିରୁ କଙ୍କାଳଗୁଡ଼ିକ ଜବତ ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ପୁଲିସ, ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କଙ୍କାଳ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି। ତିନି କଙ୍କାଳ ନବଜାତ ଶିଶୁଙ୍କର ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହା ମାଙ୍କଡ଼ କଙ୍କାଳ ବୋଲି ତଦନ୍ତକାରୀ ଅଧିକାରୀମାନେ ଅନୁମାନ କରୁଛନ୍ତି। ସାଇଣ୍ଟିଫିକ୍ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୂଜାରୀ କହିଛନ୍ତି। ଉକ୍ତ ପରିତ୍ୟକ୍ତ କୋଠରିରେ ପୂର୍ବରୁ ଡାକ୍ତରଖାନା ଚାଲିଥିଲା। ବର୍ଷେ ହେଲା ନୂଆ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇଛି। ମୃତ ନବଜାତ ଶିଶୁଙ୍କ ଶବକୁ କୋଠରି ଭିତରେ ଫିଙ୍ଗି ଦିଆଯାଇଥିବା ଗ୍ରାମବାସୀ ଆଶଙ୍କା କରିଛନ୍ତି।
ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…




