
ଦେବଗଡ଼:ବାରକୋଟ ଥାନାର କିଷାନଗୟଲମରା ବନ୍ଧରେ ଆଜି ଜଣେ ବ୍ୟକ୍ତିଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଛି।ମୃତକ ହେଲେ ସଇଡା ଗ୍ରାମର ଗୁରୁଚରଣ ଲୁହୁର। ସୂଚନା ଅନୁଯାୟୀ,ଗତକାଲି ଗୁରୁଚରଣ କିଷାନଗୟଲମରା ବନ୍ଧକୁ ଗାଧେଇବା ପାଇଁ ଯାଇଥିଲେ। କିନ୍ତୁ ଗାଧେଇବା ସମୟରେ ଅସାବଧାନତାବଶତଃ ପାଣିରେ ବୁଡିଯାଇଥିଲେ। ସୂଚନାପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ପୁଣି ଥରେ ଖୋଜାଖୋଜି କରିବାରୁ ଗୁରୁଚରଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏନେଇ ବାରକୋଟ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।




