ପାର୍ଲାମେଣ୍ଟରେ ଉପସ୍ଥାପନ ହେବ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ: ସଂତୃପ୍ତ

ଭୁବନେଶ୍ୱର: ଓଡିଶା ରାଜ୍ୟର ସ୍ୱାର୍ଥ ସମ୍ୱନ୍ଧୀୟ ବିଭିନ୍ନ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉପସ୍ଥାପନ ହେବ । ଏନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପରାମର୍ଶ ଲୋଡ଼ିଛନ୍ତି ଡ଼ ସଂତୃପ୍ତ ମିଶ୍ର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଡ଼ ସଂତୃପ୍ତ ମିଶ୍ର ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ । ଆଗକୁ ପାର୍ଲାମେଣ୍ଟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଡ଼ ମିଶ୍ର ଓଡିଶା ରାଜ୍ୟର ବିଭିନ୍ନ ସ୍ୱାର୍ଥ ସମ୍ୱନ୍ଧୀୟ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ପ୍ରଶ୍ନ ଉପସ୍ଥାପନ କରିବେ । ସେନେଇ ସାମ୍ବାଦିକ ମାନଙ୍କ ପରାମର୍ଶ ଗ୍ରହଣ କରିଥିଲେ । ଡବଲ ଇଞ୍ଜିନ ସରକାର ପାଇଁ ରାଜ୍ୟରେ ମାଳ ମାଳ ସମସ୍ୟା ରହିଛି । ବିଜେପି ସରକାରରେ ଗତ ଦୁଇ ବର୍ଷ ହେବ ଉନ୍ନତିମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି, ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।
ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାବେଳେ ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟର ସମସ୍ତ ବର୍ଗର ଲୋକେ ଉପେକ୍ଷିତ ହେଉଛନ୍ତି । ରାଜ୍ୟବାସୀଙ୍କ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପାଇଁ ମତାମତ ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ବାବଦରେ ସାମ୍ବାଦିକ ମାନେ ଜଡିତ ରହିଛନ୍ତି । ସେ ବାବଦରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ରାଜ୍ୟର ସମୂହ ସ୍ୱାର୍ଥ କେନ୍ଦ୍ରିକ ପ୍ରସଙ୍ଗ ବାବଦରେ ପ୍ରଶ୍ନ ପାର୍ଲାମେଣ୍ଟରେ ଉପସ୍ଥାପିତ କରିବା ନେଇ ତଥ୍ୟ ସଂଗ୍ରହ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେଲିନ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ମୁଖପାତ୍ର ତୁମ୍ବନାଥ ପଣ୍ଡା, ମିହିର ରାୟ, ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ