ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼:ପିଆଜ ଦରରେ ଅଚାନକ ବୃଦ୍ଧି

ଭୁବନେଶ୍ବର: କନ୍ଦାଇଲାଣି ପିଆଜ। ଗୋଦାମଠାରୁ ଆରମ୍ଭ କରି ଖୁଚୁରା ଦୋକାନ ପର୍ଯ୍ୟନ୍ତ, ସବୁଠି ବଢ଼ିଛି ଦର। କିଛି ଦିନ ତଳେ କ୍ବିଇଣ୍ଟାଲ ପିଛା ୨୨ଶହ ଟଙ୍କାରେ ବିକ୍ରି ହେଉଥିବା ପିଆଜ ୨୮ଶହ ଟଙ୍କା ଛୁଇଁଲାଣି। ଫଳରେ ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ପିଆଜ ଦରରେ ଅଚାନକ ବୃଦ୍ଧି ଯୋଗୁଁ ବଜାରରେ ଗ୍ରାହକଙ୍କ ଚିନ୍ତା ବଢ଼ିଛି। ନାସିକ୍‌ରେ ପିଆଜ ଦରବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ଓଡ଼ିଶା ବଜାରରେ ଦେଖିବାକୁ ମିଳିଥିବା କୁହାଯାଉଛି। ଖାଲି ପିଆଜ ନୁହେଁ, ଅଦା ଓ ରସୁଣ ଦର ମଧ୍ୟ ବଢ଼ିଥିବା ଜଣାଯାଇଛି।
ଓଡ଼ିଶାରେ ପିଆଜ ଅମଳ ନାହିଁ କହିଲେ ଚଳେ। ରାଜ୍ୟର ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ଏବଂ ନାସିକରୁ ପିଆଜ ଆଣି ବିକ୍ରି କରୁଛନ୍ତି। ନାସିକରେ ଫସଲ ନଷ୍ଟ ହୋଇଥିବାରୁ ସେଠାରେ ପିଆଜ ଦର ବଢ଼ିଛି। ବିଶେଷକରି, ନାସିକ ଓ ଅହମ୍ମଦନଗର ଜିଲାରୁ ବେଶି ପିଆଜ ଅମଳ ହୋଇଥାଏ। ସେଠାରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ। ପୂର୍ବରୁ ପିଆଜ କୁଇଣ୍ଟାଲ ପିଛା ଦର ୨୨ଶହ ଟଙ୍କା ଥିବା ବେଳେ ଏବେ ଦର ବୃଦ୍ଧି ପାଇବା ହେତୁ କୁଇଣ୍ଟାଲ ପିଛା ଦର ୨୮ଶହ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରସ୍ଥିତ ଆଇଗିଣିଆ ଗୋଦାମରେ ପିଆଜର ପାଇକାରୀ ଦର କୁଇଣ୍ଟାଲ ପିଛା ୨୨ଶହ ଟଙ୍କା ଥିବା ବେଳେ ଦର ବୃଦ୍ଧି ପାଇବାରୁ ଏବେ ଏହା ୨୮ଶହ ଟଙ୍କା ଛୁଇଁଛି। ସେହିପରି, ୟୁନିଟ୍‌-୧ ହାଟରେ କିଛି ଦିନ ତଳେ ପିଆଜ
କେଜି ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩୫ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ରାଜଧାନୀର ଗଳିକନ୍ଦିରେ ଥିବା ପରିବା ଦୋକାନୀ ପିଆଜ କେଜି ୪୦ଟଙ୍କାରୁ କମାଉ ନାହାନ୍ତି। ସମୟ ଥିଲା, ଭଞ୍ଜନଗର ପିଆଜ ରାଜ୍ୟବାସୀଙ୍କ ଆବଶ୍ୟକତା ମେଣ୍ଟାଉଥିଲା। କିନ୍ତୁ ସେଠାରେ ଆଉ ପିଆଜ ଚାଷ ହେଉନଥିବାରୁ ରାଜ୍ୟକୁ ଆନ୍ଧ୍ରପ୍ରଦେଶ ଏବଂ ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆନ୍ଧ୍ରପ୍ରଦେଶ ପିଆଜ ଶୀଘ୍ର ପଚି ଯାଉଥିବାରୁ ଓଡ଼ିଶା ବେପାରୀ ତାହାକୁ ବିଶେଷ ଭାବେ ଆମଦାନୀ କରୁନାହାନ୍ତି।
ସେହିପରି ଆଇଗିଣିଆ ଗୋଦାମରେ ଅଦା ଦର ଦୁଇଗୁଣା ବଢ଼ିଛି। ପୂର୍ବରୁ ଅଦାର ପାଇକାରୀ ମୂଲ୍ୟ କେଜି ପିଛା ୭୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୧୪୦ଟଙ୍କା ଛୁଇଁଛି। କିନ୍ତୁ, ୟୁନିଟ-୪ ହାଟରେ ଅଦା ୨୫୦ଗ୍ରାମକୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୧୦୦ଗ୍ରାମକୁ ୩୦ ଟଙ୍କାରେ ବିକ୍ରି କରାଯାଉଛି। ଅର୍ଥାତ୍‌ ଖୁଚୁରା ବେପାରୀମାନେ ଦୁଇଗୁଣା ଚଢ଼ାଦରରେ ଅଦା ବିକୁଛନ୍ତି। ଦିନ ଥିଲା, କୋରାପୁଟ ଅଦା ରାଜ୍ୟର ଆବଶ୍ୟକତାକୁ ମେଣ୍ଟାଇବା ସହ ପଡ଼ୋଶୀ ରାଜ୍ୟକୁ ରପ୍ତାନୀ ହେଉଥିଲା। ଏପରିକି, ବିଦେଶକୁ ମଧ୍ୟ କୋରାପୁଟ ଅଦା ରପ୍ତାନୀ ହେଉଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ କୋରାପୁଟରେ ଅଦା ଅମଳ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ରସୁଣ କିଲୋ ପିଛା ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ଦର ବୃଦ୍ଧି ପାଇବାରୁ କିଲୋଗ୍ରାମ ୧୮୦ଟଙ୍କାରେ ପହଞ୍ଚିଛି। ମଧ୍ୟମ ଆକାର ରସୁଣ କିଲୋ ଦର ୧୭୦ ଟଙ୍କା ଏବଂ ଛୋଟ ରସୁଣ କିଲୋଗ୍ରାମ ପିଛା ଦର ୧୩୦ଟଙ୍କା ରହିଛି।
ଗ୍ରାହକ ଅମରେଶ ନାୟକ କହିଛନ୍ତି, ପିଆଜ, ଅଦା ଓ ରସୁଣ ଦର ବୃଦ୍ଧି ପାଇବାରୁ ଗ୍ରାହକଙ୍କ ପକେଟ୍‌କୁ ବାଧୁଛି। ଗୋଦାମ ଦରଠାରୁ ଖୁଚୁରା ବେପାରୀ ଦୁଇରୁ ୩ ଗୁଣା ଚଢ଼ାଦରରେ ବିକ୍ରି କରୁଛନ୍ତି। ଯୋଗାଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳସ୍ବରୂପ, ମନଇଚ୍ଛା ଖୁଚୁରା ବେପାରୀ ଚଢ଼ାଦରରେ ବିକୁଛନ୍ତି।
ଆଇଗିଣିଆସ୍ଥିତ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତିକାନ୍ତ ମିଶ୍ର କହିଛନ୍ତି, ଓଡ଼ିଶାରେ ପିଆଜ ଅମଳ ସାତସପନ ପାଲଟିଛି। ପିଆଜ ପାଇଁ ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ରପ୍ରଦେଶ ଏବଂ ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ବର୍ତ୍ତମାନ ପରିସ୍ଥିତିରେ ନାସିକରେ ଦର ଉଚ୍ଚା ରହିଥିବାରୁ ରାଜ୍ୟରେ ଦର ବୃଦ୍ଧି ପାଇଛି। ବେପାରୀ ବାହାର ରାଜ୍ୟରୁ ପିଆଜ, ଅଦା ଓ ରସୁଣ ଆମଦାନୀ କରୁଥିବାରୁ ଖାଉଟିଙ୍କ ଉପରେ ଦର ବୃଦ୍ଧି ପ୍ରଭାବ ପଡ଼ୁଛି।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ