ପୁଣି ଚର୍ଚ୍ଚାର ପରିଧିକୁ ଆସିଛନ୍ତି ଭାଇରାଲ୍ ଗାର୍ଲ ମୋନାଲିସା

ଭୋପାଳ: ମାସକ ତଳେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ବିବାହ କରି ମହାକୁମ୍ଭମେଳାର ଭାଇରାଲ୍ ଗାର୍ଲ ମୋନାଲିସା ଦେଶବ୍ୟାପୀ ଚର୍ଚ୍ଚିତ ହୋଇପଡ଼ିଥିଲେ । ଏବେ ସେ ପୁଣି ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ତଦନ୍ତରୁ ସେ ନାବାଳିକା ହୋଇଥିବା ଜଣାପଡିବା ପରେ ସ୍ୱାମୀ ଫରମାନଙ୍କ ବିରୋଧରେ ମଧ୍ୟପ୍ରଦେଶର ଖାରଗୋନ୍ ପୁଲିସ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରିଛି । ଏହି ସମୟରେ ଫରମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍) ଅନୁସାରେ ବେଆଇନ ବିବାହ, ଅନୁସୂଚୀତ ଜାତି ଏବଂ ଜନଜାତି(ଅତ୍ୟାଚାର ନିବାରଣ) ଆଇନ ବି ଲଗାଯାଇଛି ।
ମୋନାଲିସାଙ୍କ ଜନ୍ମ ସମ୍ବନ୍ଧୀୟ ରେକର୍ଡକୁ ଭିତ୍ତି କରି ଅନୁସୂଚୀତ ଜାତିଙ୍କ ଲାଗି ଉର୍ଦ୍ଦିଷ୍ଟ ଜାତୀୟ କମିଶନ(ଏନ୍‌ସିଏସଟି) ଦର୍ଶାଇଛନ୍ତି ଯେ, ୨୦୦୯ ମସିହା ଡିସେମ୍ବର ୩୦ ତାରିଖରେ ତାଙ୍କର ଜନ୍ମ । ତେଣୁ ଚଳିତବର୍ଷ ମାର୍ଚ୍ଚ ୧୧ ତାରିଖରେ ବିବାହ ସମୟରେ ତାଙ୍କୁ ୧୬ ବର୍ଷ, ୨ ମାସ ଏବଂ ୧୨ ଦିନ ହୋଇଥିଲା । ଏଭଳିକ୍ଷେତ୍ରରେ ସେ ଜଣେ ନାବାଳିକା । କିନ୍ତୁ ଏକ ଜାଲ୍ ସାର୍ଟିଫିକେଟ ସହାୟତାରେ କେରଳର ଏକ ସ୍ଥାନୀୟ ଗ୍ରାମପଞ୍ଚାୟତ ଅଫିସରେ ତାଙ୍କ ବିବାହ ପଞ୍ଜୀକୃତ ହୋଇଛି ।

ସେହିପରି ଏନ୍‌ସିଏସ୍‌ଟି ଏହି ମାମଲାରେ ଉଭୟ କେରଳ ଏବଂ ମଧ୍ୟପ୍ରଦେଶର ଡିଜିପିଙ୍କୁ ସମନ ଜାରି କରିଛନ୍ତି । ସେମାନଙ୍କୁ ଏପ୍ରିଲ ୨୨ ତାରିଖରେ ନୂଆଦିଲ୍ଲୀସ୍ଥିତ କମିଶନଙ୍କ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଥାଉକି, ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭମେଳାରେ ରୁଦ୍ରାକ୍ଷ ବିକ୍ରି କରି ମୋନାଲିସା ପ୍ରଥମେ ଚର୍ଚ୍ଚାର ଶିଖରକୁ ଆସିଥିଲେ । ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ଦ୍ୱାରା ଅପରୋଡ୍ ହୋଇଥିବା ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସେଥିଯୋଗୁ ସେ ରାତାରାତି ପୂରା ଦେଶରେ ପ୍ରସିଦ୍ଧ ହୋଇଯାଇଥିଲେ ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ