ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ସୋଆକୁ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନ ଓ କୁଳପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ମାର୍ଚ୍ଚ ୩୦ : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ଗ୍ରାଜିଆ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନ ପ୍ରଦାନ କରାଯାଇଛି । ଏଥି ସହିତ ଶୈକ୍ଷିକ ଓ ନେତୃତ୍ୱ କ୍ଷେତ୍ରରେ ଉତ୍କୃଷ୍ଟତା ନିମନ୍ତେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ମଧ୍ୟ ଗ୍ରାଜିଆ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଗତ ବୁଧବାର କୋଲକାତା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟ ଏବଂ କୁଳପତି ପ୍ରଫେସର ନନ୍ଦଙ୍କୁ ଗ୍ରାଜିଆ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବଲିଉଡ୍ ତାରକା ରସିକା ଦୁଗଲ, ତାହା ଶାହା ବାଦୁଶାହ, ପରମବ୍ରତ ଚାଟ୍ଟାର୍ଜୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଗ୍ରାଜିଆ ସମ୍ମାନ ପ୍ରଦାନ କରିଥିଲେ । ଗ୍ରାଜିଆ ହେଉଛି ବିଶ୍ୱର ଏକ ଅଗ୍ରଣୀ ମହିଳା ସାପ୍ତାହିକ ପ୍ରତ୍ରିକା ଯାହାର କି ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରକାଶନ ରହିଛି । କଳା, ସଂସ୍କୃତି, ଶିକ୍ଷା, ଉଦ୍ୟୋଗୀକରଣ, ଚଳଚ୍ଚିତ୍ର, ଫ୍ୟାସନ୍ ଓ ଡିଜାଇନ୍ ପ୍ରଭୃତିକୁ ପ୍ରୋତ୍ସାହନ ଦେବାରେ ଏହି ପ୍ରତ୍ରିକାର ପ୍ରମୁଖ ଭୂମିକା ରହିଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଗ୍ରାଜିଆ ପକ୍ଷରୁ ଏହି ସମ୍ମାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Related Posts

ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

Continue reading
ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ