ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥତା ଯୋଗୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୮୪ ଦଙ୍ଗା ସମ୍ପର୍କିତ ମାମଲାରେ ସଜ୍ଜନ କୁମାର ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୨୦୧୮ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପାଞ୍ଚ ଜଣ ଶିଖଙ୍କ ହତ୍ୟା ଏବଂ ଏକ ଗୁରୁଦ୍ୱାରା ପୋଡ଼ିବା ସମ୍ପର୍କିତ ମାମଲାରେ ଆଜୀବନ କାରାଦଣ୍ଡ ଦେଇଥିଲେ।୨୦୨୫ରେ ମଧ୍ୟ ୧୯୮୪ ଦଙ୍ଗା ସମ୍ପର୍କିତ ଅନ୍ୟ ଏକ ହତ୍ୟା ମାମଲାରେ ତାଙ୍କୁ ଦ୍ୱିତୀୟ ଆଜୀବନ ଦଣ୍ଡାଦେଶ ହୋଇଥିଲା। ଅନ୍ୟ ଏକ ମାମଲାରେ ତାଙ୍କୁ ଖଲାସ କରାଯାଇଥିଲା।ସଜ୍ଜନ କୁମାରଙ୍କ ଜନ୍ମ ୨୩ ସେପ୍ଟେମ୍ବର ୧୯୪୫ରେ ଦିଲ୍ଲୀରେ ହୋଇଥିଲା। ମାଟ୍ରିକ୍‌ ପର୍ଯ୍ୟନ୍ତ ପାଠପଢ଼ିଥିବା ସଜ୍ଜନ କୁମାର ୧୯୭୭ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର କାଉନସିଲର ଭାବେ ରାଜନୀତିରେ ପ୍ରବେଶ କରିଥିଲେ। ପରେ ସେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହୋଇଥିଲେ।

୧୯୮୦ରେ ସେ ପ୍ରଥମଥର ପାଇଁ ବାହ୍ୟ ଦିଲ୍ଲୀ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୯୧ ଓ ୨୦୦୪ରେ ମଧ୍ୟ ସେହି ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିଲେ। ସଂସଦରେ ସେ ସହରାଞ୍ଚଳ ବିକାଶ ଓ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ସମ୍ପର୍କିତ କମିଟିରେ କାର୍ଯ୍ୟ କରିଥିଲେ।୧୯୮୪ ଦଙ୍ଗା ମାମଲାରେ ଦଣ୍ଡାଦେଶ ପରେ ତାଙ୍କ ରାଜନୈତିକ ଜୀବନରେ ବଡ଼ ପ୍ରଭାବ ପଡ଼ିଥିଲା। ଆଜୀବନ କାରାଦଣ୍ଡ ପରେ ସଜ୍ଜନ କୁମାର ୨୦୧୮ ଡିସେମ୍ବରରେ କଂଗ୍ରେସ ଛାଡ଼ିଥିଲେ।

  • Related Posts

    ଜନ୍ତରମନ୍ତର ଆନ୍ଦୋଳନ: ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ

    ଦିଲ୍ଲୀର ଜନ୍ତରମନ୍ତରଠାରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ସମ୍ମିଳିତ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ତଥା ଅନ୍ୟ ସୁରକ୍ଷାକର୍ମୀମାନଙ୍କ ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗକୁ ମାନ୍ୟବର ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଏହି ଅଭିଯୋଗର ତଦନ୍ତ ପାଇଁ…

    Continue reading
    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ