ପୃଥ୍ୱୀ ଶ’ଙ୍କୁ ୧୦୦ ଟଙ୍କାର ଜୋରିମାନା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ବ୍ୟାଟର ପୃଥ୍ୱୀ ଶ’ଙ୍କ ଉପରେ ଲାଗିଛି ୧୦୦ ଟଙ୍କାର ଫାଇନ। ସୋଶାଲ ମିଡିଆରେ ଚର୍ଚ୍ଚିତ ଚେହେରା ସପନା ଗିଲ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ହେଲେ ପୃଥ୍ୱୀ ଜବାବ ଦାଖଲ କରିବାରେ ବିଫଳ ହେବାରୁ ତାଙ୍କ ଉପରେ ୧୦୦ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି କୋର୍ଟ।
୨୦୨୪ ଏପ୍ରିଲ ମାସରେ ଡିଣ୍ଡୋଶି ସେସନ୍ସ କୋର୍ଟର ମାଜିଷ୍ଟ୍ରେଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସପନା ଗିଲ ଗୋଟିଏ ଅପରାଧିକ ରିଭିଜନ ପିଟିସନ ଦାଖଲ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟ ପୃଥ୍ୱୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମନା କରିଥିଲେ ଓ ପୁଲିସ୍‌କୁ ପ୍ରାଥମିକ ଯାଞ୍ଚ କରିବାକୁ କହିଥିଲେ।ଏହା ବିରୋଧରେ ସପନା ରିଭିଜନ ପିଟିସନ ଦାଖଲ କରିଥିଲେ। ପୃଥ୍ୱୀଙ୍କୁ ଏହା ଉପରେ ଜବାବ ରଖିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ଜବାବ ଦାଖଲ କରି ନାହାନ୍ତି। ଏବେ କୋର୍ଟ ତାଙ୍କୁ ପୁଣିଥରେ ଜବାବ ରଖିବାକୁ ସୁଯୋଗ ଦେଇଛନ୍ତି ଓ ଏଥିସହ ଜବାବ ଦାଖଲ କରିବା ବେଳେ ପୃଥ୍ୱୀ ୧୦୦ ଟଙ୍କାର ଜୋରିମାନା ଭରିବେ ବୋଲି କହିଛନ୍ତି।

ସପନା ଗିଲଙ୍କ ଓକିଲ ଅଲୀ କାଶିଫ ଖାନ କହିଛନ୍ତି, ମାମଲାକୁ ପରିଚାଳନା କରିବାରେ ଏହା ପୃଥ୍ୱୀ ଶ’ଙ୍କ ନିୟମିତ ଅଭ୍ୟାସ। ଏକାଧିକ ଥର ସମନ ସତ୍ତ୍ୱେ ସେ କୌଣସି ଜବାବ ଦେଉ ନାହାନ୍ତି। ୨୦୨୩ରେ ମୁମ୍ବାଇରେ ହୋଇଥିବା ଝଗଡ଼ାକୁ ନେଇ ସପନା ଗିଲ କ୍ରିକେଟର ପୃଥ୍ୱୀଙ୍କ ବିରୋଧରେ ମାମଲା କରିଥିଲେ।

ଗିଲ ଦାବି କରିଥିଲେ ଯେ ପୃଥ୍ୱୀ ତାଙ୍କ ସହ ସେଲିଫ ନେବାକୁ ମନା କରିଥିଲେ ଓ ତାଙ୍କ ବନ୍ଧୁଙ୍କ ଫୋନ ଛଡ଼ାଇ ନେଇଥିଲେ। ଏଥିରେ ସପନା ହସ୍ତକ୍ଷେପ କରିବାରୁ ପୃଥ୍ୱୀ ତାଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। ଏନେଇ ସପନା ଗିଲ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ସେ ଅଭିଯୋଗ କରି ମାଜିଷ୍ଟ୍ରେଟ କୋର୍ଟରେ ପହଞ୍ଚିଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ