ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

ନୂଆଦିଲ୍ଲୀ: ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ପାଇଲଟଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଭୂମିରେ ପଡ଼ିବା ମାତ୍ରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ନିଆଁ ଲାଗି ଯାଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ କାହାକୁ ସୁରକ୍ଷିତ ରକ୍ଷା କରାଯାଇ ପାରିନଥିଲା ।

ନାଜକା ସହର ପ୍ରଶାସନ ଏକ ବିବୃତ୍ତିରେ କହିଛି ଯେ, ପର୍ଯ୍ୟଟକମାନଙ୍କୁ ନାଜକା ଲାଇନ୍ସର ଆକାଶପଥ ପରିଦର୍ଶନ ପାଇଁ ବିମାନଟି ଉଡ଼ାଣ ଭରିଥିଲା। ନାଜକା ଲାଇନ୍ସ ହେଉଛି ଶହ ଶହ ବର୍ଷ ପରୁଣା ପେରୁ ମରୁଭୂମିରେ ଖୋଦିତ ବିଶାଳ ଭୌଗୋଳିକ । ବିମାନଟି ଇକା ସହରରୁ ଉଡ଼ାଣ ଭରିଥିଲା। ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ନିକଟସ୍ଥ ଇକା ସହରରୁ ଉଡ଼ାଣ କରିଥିଲା । ବିମାନଟି ପେରୁର ଏକ ଘରୋଇ ବିମାନ କମ୍ପାନୀ ଏରୋଡିଆନା ଦ୍ୱାରା ପରିଚାଳିତ ହେଉଥିଲା । ଏୟାରଲାଇନ୍ସର ୱେବସାଇଟ୍ ଅନୁଯାୟୀ, କମ୍ପାନୀ ଗତ ୧୪ ବର୍ଷ ଧରି ସେସ୍ନା ଗ୍ରାଣ୍ଡ କାରାଭାନ୍ ବିମାନ ବ୍ୟବହାର କରି ନାଜକା ଲାଇନ୍ସ ଉପରେ ପ୍ରାକୃତିକ ଉଡ଼ାଣ ପରିଚାଳନା କରିଆସୁଛି ।
ବିମାନରେ ୧୧ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ- ପେରୁର ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଶନିବାର ଦୁର୍ଘଟଣାଗ୍ରସ୍ତ ବିମାନରେ ୧୧ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ଦୁଇ ଜଣ କ୍ରୁ ସଦସ୍ୟଙ୍କୁ ନେଇଯାଉଥିଲା। ସରକାରୀ ସମ୍ବାଦ ସଂସ୍ଥା, ଏଜେନ୍ସିଆ ଆଣ୍ଡିନା ରିପୋର୍ଟ କରିଛି ଯେ, ଏଥିରେ ଦୁଇଜଣ ଜର୍ମାନ, ଦୁଇଜଣ ସ୍ପାନିସ୍ ଏବଂ ୭ ଜଣ ଇଟାଲୀୟ ପର୍ଯ୍ୟଟକ ଥିଲେ । ପେରୁ କର୍ତ୍ତୃପକ୍ଷ କହିଛନ୍ତି ଯେ, ଦୁର୍ଘଟଣାର ତଦନ୍ତ ଚାଲିଛି ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ