ପୋଖରୀରେ ବୁଡ଼ି ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଗୁଆଗାଁରେ ପୋଖରୀରେ ଗାଧୋଇବାକୁ ଯାଇଥିଲେ ୨ ସାଙ୍ଗ । ଗଭୀର ପାଣିରେ ବୁଡ଼ି ଚାଲିଗଲା ଜୀବନ । ମୃତକ ଜ୍ୟୋତିର୍ମୟୀ ବେହେରା (ଗୁଡ୍ଡୁ) ଏବଂ ରାଜେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଗୁଆଗାଁ ପୋଖରୀରେ ଦୁଇଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଆଗ୍ନିଶମ ବାହିନୀକୁ ଖବର ଦେଇ ଯୁବକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ପାଖରୀରୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଉଭୟଙ୍କ ପ୍ରାଣ ଚାଲି ଯାଇଥିଲା । ପୋଲିସ ଉଭୟଙ୍କ ମୃତଦେହ ଉଜଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ