ପୋଲରୁ ଖସିଲା ମିନିବସ୍‌, ୮ ମୃତ

ନୂଆଦିଲ୍ଲୀ: ରାଜସ୍ଥାନ କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନୟନ୍ତ୍ରଣ ହରାଇ ପୋଲ ଉପରୁ ଖସିପଡ଼ିଲା ବସ୍ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶରୁ ଖାଟୁଶ୍ୟାମ ମନ୍ଦିରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ ଝରକା ଭାଙ୍ଗି ଆହତମାନଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲାପାଳ ପୀୟୁଷ ସମାରିୟା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ମିନି ବସ୍‌ରେ ଭୋପାଳର ୨୧ ଜଣ ଥିଲେ । ଯେଉଁଥିରେ ବୃଦ୍ଧ ଏବଂ ପିଲା ବି ଥିଲେ । ଖାଟୁଶ୍ୟାମ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ।

ଟ୍ରାଭେଲରଟି ଭୋପାଳରୁ ଖାଟୁଶ୍ୟାମଜୀ ଅଭିମୁଖେ ଯାତ୍ରା କରୁଥିଲା । ଏହା କରାଡିଆ ଟୋଲ୍ ରୁ କିଛି କିଲୋମିଟର ଦୂରରେ ଥିବା ଏକ କଲଭର୍ଟରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଆହତମାନଙ୍କ ମଧ୍ୟରୁ ଅନେକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସପିଟାଲ୍ ଅଣାଯାଇଥିଲା । ସେମାନଙ୍କୁ ସିପିଆର (CPR) ଦିଆଯାଇଥିଲା। ଅନେକଙ୍କୁ ଅକ୍ସିଜେନ ସପୋର୍ଟରେ ମଧ୍ୟ ରଖାଯାଇଥିଲା । ଅଧିକାଂଶ ଆହତଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେମାନଙ୍କ ହାତ ଏବଂ ଗୋଡରେ ମଧ୍ୟ ଫ୍ରାକ୍ଚର ହୋଇଛି । ଅଧିକାଂଶ ଆହତ ସିଟ୍ ମଝିରେ ଫସି ରହିବା ଯୋଗୁଁ ଏପରି ହୋଇଛି । ବସ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଜିଲ୍ଲାପାଳ ପୀୟୁଷ ସାମରିଆ ଏବଂ କୋଟା ରେଞ୍ଜ ଆଇଜି ହରେନ୍ଦ୍ର ମହାୱାର ଏମବିଏସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।

  • Related Posts

    ଇଣ୍ଟରନେଟ୍ ବ୍ୟବହାର ମୌଳିକ ଅଧିକାର : ସୁପ୍ରିମକୋର୍ଟ

    ସୁପ୍ରିମକୋର୍ଟ କହିଛନ୍ତି ଯେ, ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର। ଏହି ଅଧିକାର ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରୟୋଜ୍ୟ। ସେମାନଙ୍କୁ ଇଣ୍ଟରନେଟ୍‌ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ କରିବା ଠିକ୍ ନୁହେଁ। ବେଞ୍ଚ କହିଛନ୍ତି ଯେ, ଶିଶୁମାନଙ୍କ ସୁରକ୍ଷା ଏବଂ…

    Continue reading
    ୨ ଆତଙ୍କବାଦୀ ନିହତ

    କୁପୱାଡା: ଜମ୍ମୁ-କାଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେନାକୁ ମିଳିଛି ବଡ଼ ଧରଣର ସଫଳତା। କୁପଓ୍ବାଡାରେ ଶନିବାର ଭୋର ପ୍ରାୟ ୩ଟା ୩ ୦ ମିନିଟ୍‌ରେ କୈରନ୍ ସେକ୍ଟରର ଜୁମାଗୁଡ ଅଞ୍ଚଳରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି