ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟ ଠାରେ ମିଶ୍ରଣପର୍ବ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ସିର୍ଦ୍ଧାଥ ସ୍ୱରୂପ ଦାଶ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟ ଠାରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ଆସ୍ତାପ୍ରକଟ କରି ଏବଂ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜ୍ଜୁନ ଖଡ଼େଗଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି କେନ୍ଦ୍ରାପଡ଼ାର ବିଜେଡ଼ି ନେତା ପ୍ରଦୀପ ପ୍ରଧାନ ତାଙ୍କର ବହୁ ସମର୍ଥକମାନଙ୍କ ସହିତ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ପିସିସି ସଭାପତି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଯୁବନେତା ପ୍ରଦୀପ ପ୍ରଧାନ ତାଙ୍କ ସମର୍ଥକ ଜିଲ୍ଲା ସମ୍ପାଦକ ସତ୍ୟରଞ୍ଜନ ପାଢ଼ୀ, ପୂର୍ବତନ କାଉନସିଲର କିଶୋର ସାହୁ, ରଣଜିତ ସାହୁ, ପୂର୍ବତନ ନଗର ସଭାପତି ରଙ୍ଗାଧର ମଲ୍ଲିକ, ପୂର୍ବତନ ଛାତ୍ର ସଭାପତି ଆଶିଷ ଲେଙ୍କା, ସୂର୍ୟ୍ୟକନ୍ତ ମଲ୍ଲିକ, ସଂଗ୍ରାମ ମଳିକ, ବିନୋଦ ମଳିକ, ପ୍ରକାଶ ମଳିକ, ବିକାଶ ସାହୁ, ବାପି ସାହୁ, ତୁଷାର ତ୍ରିପାଠୀଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରି ସେମାନଙ୍କ ଯୋଗଦାନ ଆଗକୁ କେନ୍ଦ୍ରାପଡ଼ାରେ ଓ ରାଜ୍ୟରେ କଂଗ୍ରେସ ସଂଗଠନ ସୁଦୃଢ଼ ହେବ ବୋଲି କହିଥିଲେ । ଉଲ୍ଲେଖ୍ୟୋଗ୍ୟ ଶ୍ରୀଯୁକ୍ତ ପ୍ରଧାନ କଂଗ୍ରେସ ଦଳରେ ପୂର୍ବତନ ପିସିସି ସଭ୍ୟ ଭାବେ କାର୍ୟ୍ୟକରିଥିଲେ । ଆଜିର କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଉପସଭାପତି ରାଜେଶ ରାଉତ, ପ୍ରଶାନ୍ତ ରାଉତ, ଆଶିଷ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ