ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ, କ୍ଷମା ମାଗନ୍ତୁ : ଭକ୍ତ

ଭୁବନେଶ୍ୱର: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷ ଘୋଷିତ କରିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶୋଧ ପରାୟଣ କାର୍ୟ୍ୟକଳାପ ବିରୋଧରେ ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସ ଭବନ ଠାରେ ଏକ ପ୍ରେସ ବିବୃତ୍ତି ରଖିଥିଲେ। ସେ କହିଥିଲେ, ସମ୍ବିଧାନକୁ ସୁରକ୍ଷା ଦେଉଥିବା ଦଳ କଂଗ୍ରେସ ଏବଂ ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଓ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ବ୍ୟକ୍ତିଗତ ବିଦ୍ୱେଷ ରଖି ବିଗତ ୧୨ ବର୍ଷ ଧରି ହଇରାଣ ଏବଂ ଅପମାନିତ କରି ଆସୁଥିଲେ। ନ୍ୟାସନାଲ ହେରାଲ୍ଡ ଓ ୟଙ୍ଗ ଇଣ୍ଡିଆ ମାମଲାରେ ଆମର ସର୍ବୋଚ୍ଚ ନେତା ଓ ନେତ୍ରୀଙ୍କୁ ମିଥ୍ୟା ଦୁର୍ନୀତି ମାମଲାରେ ଇଡି ସହଯୋଗରେ ଦୀର୍ଘ ୭୫ ଘଂଟା ଜେରାକରି ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି । ଯେଉଁ କଂଗ୍ରେସ ଦଳର ସର୍ବୋଚ୍ଚ ନେତୃତ୍ୱ ସମ୍ବିଧାନର ସୁରକ୍ଷା, ବେକାର ଯୁବକ ଯୁବତୀ, ଶ୍ରମିକ, ଦଳିତ, ନାରୀ ଓ କୃଷକଙ୍କ ସହ ସାମାଜିକ ନ୍ୟାୟ ପାଇଁ ଶାଣିତ ସ୍ୱରରେ ବିରୋଧ କରୁଛନ୍ତି ସେମାନଙ୍କୁ ଦମନ କରିବାପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଚେଷ୍ଟା କରୁଛନ୍ତି । ସମ୍ବିଧାନ ରଚନା କରିଥିବା କଂଗ୍ରେସ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାପକ ଓ ପ୍ରଶାସନିକ ଢ଼ାଞ୍ଚା ତିଆରି କରିଥିବା, ଏପରିକି ସୂଚନା ଅଧିକାର ଆଇନ ଆଣିଥିବା ସ୍ୱାଧୀନ ଚେତା କଂଗ୍ରେସର ତ୍ୟାଗ ଓ ବଳିଦାନ ସମକକ୍ଷ କେହି ନାହାନ୍ତି । ଯଦି ଆମ ନେତ୍ରୀ ଶ୍ରୀମତୀ ଗାନ୍ଧୀଙ୍କ ବଳିଦାନ କଥା କୁହାଯାଏ ତେବେ ତାଙ୍କ ଶାଶୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହେଲା, ପୁଣି ତାଙ୍କ ସ୍ୱାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା । ଏତେ ଦୁଃଖଭୋଗ ସତ୍ତ୍ୱେ ସେ ଭାରତର ଜନତାଙ୍କୁ ଅଣଦେଖା କରିନାହାନ୍ତି । ନିଜ ଜୀବନକୁ ଦେଶପାଇଁ ଉତ୍ସର୍ଗ କରିଦେଇଛନ୍ତି । ଆମ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ୭୫ ଘଂଟା ଇଡି ଜେରା କଲା । ଜେରାରୁ ଫେରିଲା ପରେ କହିଲେ ମୋତେ ବେଶ ଖୁସି ଲାଗିଲା । ତାଙ୍କର ଏଭଳି ଅଦଭୂତ ସାହସ ଏବଂ ଦେଶପ୍ରତି ଥିବା ଭକ୍ତି ପ୍ରତି ଯୁବ ସମାଜ ଆକୃଷ୍ଟ । କୌଣସି ଏଫଆଇଆର ବିନା କାହାରି ଅଭିଯୋଗରେ ସରକାର ଯେମିତି ତାହାର ସମସ୍ତ ସରକାରୀ କଳ ବ୍ୟବହାର କରି ଇଡି ମାଧ୍ୟମରେ ଜାତୀୟ ଓ ଆର୍ନ୍ତଜାତିକ ସ୍ତରରେ କଂଗ୍ରେସର ଛବିକୁ କଳୁଷିତ କରିବାର ଚେଷ୍ଟା କଲା ତାହା ଦେଶପାଇଁ ଏକ ଅପମାନ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହା ଏହି ଅପରାଧର ଅପରାଧି । ନ୍ୟାସନାଲ ହେରାଲ୍ଡ ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ବ୍ୟବହାର କରା ଯାଇଥିଲା । ଏକଥା ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା କ’ଣ ବୁଝିବେ । ଏପରି ଅବସ୍ଥା ହେଲା ଯେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚାଲିପାରିଲା ନାହିଁ । କାରଣ କର୍ମଚାରୀଙ୍କୁ ଦେବାପାଇଁ ପଇସା ନଥିଲା । ସେଥିପାଇଁ କଂଗ୍ରେସ ଦଳ ୟଙ୍ଗ ଇଣ୍ଡିଆ ନାମକ ଏକ ଲାଭବିହୀନ ସଂସ୍ଥା ଜରିଆରେ ୧୦୦ ଗୋଟି କିସ୍ତି ପଇସା ପୈଠ କରିଥିଲା, ଯେପରି ଖବର କାଗଜର କର୍ମଚାରୀ ତାଙ୍କ ପ୍ରାପ୍ୟ ପାଇପାରିବେ । ଏଥିରେ ଦୁର୍ନୀତିର କୌଣସି ଚିହ୍ନ ବର୍ଣ୍ଣ ସୁଦ୍ଧା ନଥିଲା । ସୁପ୍ରିମକୋର୍ଟ ନିର୍ଦ୍ଦୋଷ ପ୍ରମାଣିତ କରିବାପରେ ପ୍ରମାଣିତ ହୋଇଯାଇଛି ସେମାନେ ମିଥ୍ୟା ଲାଞ୍ଛନା ଲଗାଇଥିଲେ । ତେଣୁ ସେମାନେ ଦେଶ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ । କ୍ଷମତାର ଦୁରୁପଯୋଗ କରି ଆଇନକୁ ବେଆଇନ ହିସାବରେ ବ୍ୟବହାର କରି ବିଶ୍ୱଦରବାରରେ ତୁମେ ନିନ୍ଦିତ ହୋଇଛ । ଯଦି ଦେଶବାସୀଙ୍କ ସାମନାକୁ ଆସି କ୍ଷମାମାଗିବା ପାଇଁ ଲଜ୍ଜାବୋଧ ହେଉଛି ତାହାହେଲେ ଇସ୍ତଫା ଦିଅ । ଆଜି ନହେଲେ କାଲି ଦେଶବାସୀ ତୁମକୁ ନିଶ୍ଚିତ ଦଣ୍ଡିତ କରିବେ । ଏହି ପରିପେକ୍ଷୀରେ ପିସିସି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର କ୍ଷମା ପ୍ରାର୍ଥନା କିମ୍ବା ଇସ୍ତଫା ପାଇଁ ଏବଂ ବିଜେପିର ପ୍ରତିହିଂସା ପରାୟଣ କାର୍ୟ୍ୟକଳାପ ପାଇଁ ଆଜି ବିଜେପି ରାଜ୍ୟ କାର୍ୟ୍ୟଳୟ ଘେରାଉ କରିବୁ ଏବଂ ଏଭଳି କାର୍ୟ୍ୟକ୍ରମ ଜିଲ୍ଲାସ୍ତରରେ ମଧ୍ୟ ଆୟୋଜନ ହେବ ବୋଲି ପିସିସି ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପିସିସି ଉପସଭାପତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଜେନା ଉପସ୍ଥିତ ଥିଲେ।

  • Related Posts

    କଟିଛି ୯.୮ଲକ୍ଷ ଭୋଟରଙ୍କ ନାଁ, ଲିଷ୍ଟର ପୁନର୍ବିଚାର ପାଇଁ ଚିଠି ଲେଖିଲେ ସସ୍ମିତ ପାତ୍ର

    ଭୁବନେଶ୍ୱର,୨୧/୦୪/୨୦୨୬:ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ…

    Continue reading
    ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

    • ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ • ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର