ମୋଦି, ଶାହା ଇସ୍ତଫା ଦେବା ଉଚିତ : ଖଡ଼ଗେ

ନୂଆଦିଲ୍ଲୀ: ଦିଲ୍ଲୀ ଅଦାଲତ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡିର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି । ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉଭୟଙ୍କ ଇସ୍ତଫା ଦାବି କରିବ ସହ କହିଛନ୍ତି ଯେ, ଆମେ ସଂସଦ ଭିତରେ ଏବଂ ବାହାରେ ସେମାନଙ୍କ ସହିତ ଲଢ଼ିବୁ ଏବଂ ସେମାନଙ୍କୁ ଶିକ୍ଷା ଦେବୁ ।

ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ଆଶ୍ୱସ୍ତି ଦେଇଛି ଦିଲ୍ଲୀ ଅଦାଲତ । ମଙ୍ଗଳବାର ଦିନ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିଦେଇଛନ୍ତି । ଅଦାଲତ କହିଛି ଯେ ଏଜେନ୍ସିର ତଦନ୍ତ ଏଫଆଇଆରରୁ ନୁହେଁ ବରଂ ଏକ ବ୍ୟକ୍ତିଗତ ଅଭିଯୋଗରୁ ଆରମ୍ଭ ହୋଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଖଡଗେ କହିଛନ୍ତି ଯେ, ଏହି ରାୟ ପରେ ମୋଦି ଏବଂ ଶାହ ଇସ୍ତଫା ଦେବା ଉଚିତ । କାରଣ ଏହା ସେମାନଙ୍କ ମୁହଁରେ ଏକ ଚାପୁଡ଼ା ପରି । ସେମାନେ ଇସ୍ତଫା ଦେବା ଉଚିତ କାରଣ ସେମାନେ ଲୋକଙ୍କୁ ଏପରି ହଇରାଣ କରିବା ଉଚିତ୍ ନୁହେଁ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ, ଦଳୀୟ ନେତା କେ.ସି. ବେଣୁଗୋପାଳ, ଅଭିଷେକ ସିଂଘଭି, ଜୟରାମ ରମେଶ ଏବଂ ପବନ ଖେରା ଉପସ୍ଥିତ ଥିଲେ ।

  • Related Posts

    କଟିଛି ୯.୮ଲକ୍ଷ ଭୋଟରଙ୍କ ନାଁ, ଲିଷ୍ଟର ପୁନର୍ବିଚାର ପାଇଁ ଚିଠି ଲେଖିଲେ ସସ୍ମିତ ପାତ୍ର

    ଭୁବନେଶ୍ୱର,୨୧/୦୪/୨୦୨୬:ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ…

    Continue reading
    ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

    • ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ • ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର