ମନମୋହନ-ପ୍ରଫୁଲ୍ଲ ଭେଟଘାଟ୍‌କୁ ନେଇ ବଢିଲା ଚର୍ଚ୍ଚା

ଭଣ୍ଡାରିପୋଖରୀ : ଗତ କିଛିଦିନ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି ଭଦ୍ରକ। ମଙ୍ଗଳବାର ଏକ ଘଟଣାକୁ ନେଇ ପୁଣି ସବୁଠି ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ର କରଞ୍ଜି ଗ୍ରାମରେ ଅନୁଷ୍ଠିତ ଏକ ଶ୍ରାଦ୍ଧବାର୍ଷିକୀରେ ଜିଲ୍ଲାର ଦୁଇ ଭେଟେରାନ୍‌ ନେତାଙ୍କ ଭେଟଘାଟ୍‌କୁ ନେଇ ସୋସିଆଲ ମିଡିଆଠୁ ଆରମ୍ଭ କରି ହାଟ ବଜାର ପର୍ୟ୍ୟନ୍ତ ଆଲୋଚନା ଚାଲିଛି।

କରଞ୍ଜି ଗ୍ରାମର ପୂର୍ବତନ ସରପଞ୍ଚ ତଥା ପ୍ରାକ୍ତନ ବିଜେପି ଜିଲ୍ଲା ଉପସଭାପତି ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ପ୍ରଥମ ଶ୍ରାଦ୍ଧତ୍ସୋବ ଥିଲା । ଏଥିରେ ଯୋଗଦେବା ପାଇଁ ଆସିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଭେଟଘାଟ୍‌କୁ ନେଇ ନାନା ରାଜନୈତିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏଭଳି କାର୍ୟ୍ୟକ୍ରମରେ ଦଳମତ ନିର୍ବିଶେଷରେ ଯୋଗଦେବା କିଛି ଅସଙ୍ଗତି ନୁହେଁ । ମାତ୍ର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଜିଲ୍ଲାର ଦୁଇ ତୁଙ୍ଗ ନେତା ଭିନ୍ନ ଢଙ୍ଗରେ ପରସ୍ପରକୁ ସମ୍ଭାଷଣ କରିବାକୁ ନେଇ ଆଲୋଚନା ପର୍ୟ୍ୟାଲୋଚନା ଆରମ୍ଭ ହୋଇଛି । ସ୍ମୃତିସଭା ଆରମ୍ଭରୁ ମନମୋହନ ଆସି ମଞ୍ଚର ବାମପାର୍ଶ୍ୱରେ ବସିଥିଲେ । ବିଳମ୍ବରେ ହେଉପଛେ ପ୍ରଫୁଲ୍ଲ ସଭାକୁ ଆସି ଡାହାଣ ପାର୍ଶ୍ୱରେ ବସିବା ମାତ୍ରେ ମନମୋହନ ତାଙ୍କ ନିକଟକୁ ଆସି ବେଶ ଆତ୍ମୀୟତାର ସହ ସମ୍ଭାଷଣ କରିଥିଲେ । ପ୍ରଫୁଲ୍ଲ ଛିଡ଼ା ହୋଇ ମନମୋହନଙ୍କ ସହ ୨ ମିନିଟ୍‌ କଥା ହୋଇଥିଲେ ।

  • Related Posts

    କଟିଛି ୯.୮ଲକ୍ଷ ଭୋଟରଙ୍କ ନାଁ, ଲିଷ୍ଟର ପୁନର୍ବିଚାର ପାଇଁ ଚିଠି ଲେଖିଲେ ସସ୍ମିତ ପାତ୍ର

    ଭୁବନେଶ୍ୱର,୨୧/୦୪/୨୦୨୬:ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ…

    Continue reading
    ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

    • ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ • ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର